ଜଗନ୍ନାଥଙ୍କ ମନ୍ଦିରରୁ ଚନ୍ଦନ ଗଛ ଚୋରି

ମାତିଛନ୍ତି କାଠ ମାଫିଆ

0

ଅନୁଗୁଳ: ମାତିଛନ୍ତି ଚନ୍ଦନ ଗଛ ଚୋର। ଯେଉଠି ଗଛ ଦେଖୁଛନ୍ତି ରାତି ଅଧିଆ ଆସି ଚୋରି କରୁଛନ୍ତି। ଜଗନ୍ନାଥଙ୍କ ମନ୍ଦିର ପରିସରରେ ପଶି ଚନ୍ଦନ ଗଛ କାଟି ନେଲେ କିଛି କାଠ ମାଫିଆ। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକାରେ। ବଡଗୁଣ୍ଡୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଚେରି ଡେଇଁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ଗୋଟିଏ ଚନ୍ଦନ ଗଛ କାଟି ନେଇଥିବା ଜଣାପଡିଛି। ମନ୍ଦିର ପରିସରରେ ଦୁଇଟି ଚନ୍ଦନ ଗଛ ଲାଗିଥିଲା। କିନ୍ତୁ କଟାଯାଇଥିବା ଚନ୍ଦନ ଗଛଟି ପ୍ରାୟ ୮ ବର୍ଷର ହୋଇଥିଲା। ତେବେ ମନ୍ଦିରର ପୂର୍ବଭାଗ ବେରେଣା ଜମିମାଳରେ ୩ ଖଣ୍ଡ କାଠଗଣ୍ଡି ଗାଁ ଲୋକ ପାଇଥିଲେ। ଦୁର୍ବୃତ ଏହି ୩ ଖଣ୍ଡ ପିସ୍ ଜମିମାଳରେ ପକାଇ ଦେଇଥିବାବେଳେ ଚନ୍ଦନ ଗଛର ଡାହି ଗୁଡିକ ମନ୍ଦିର ପରିସରରେ ପଡରହିଛି। ଗତ ଶୁକ୍ରବାର ଟାକୁଆ ଶିବ ମନ୍ଦିର ଚନ୍ଦନ ଗଛ ଚୋରି ହୋଇଥିଲା ବେଳେ ଗତକାଲି ରାତିରେ ବଡଗୁଣ୍ଡରି ଜଗନ୍ନାଥ ମନ୍ଦିରରୁ ଚନ୍ଦନ ଗଛ ଚୋରି ହୋଇଛି। ଏନେଇ ସ୍ଥାନୀୟ ପୁଲିସ୍ ପାଖରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି।