ଭୁବନେଶ୍ୱର : ବିଜେଡିର ପଦଯାତ୍ରା ପ୍ରସ୍ତୁତି କର୍ମଶାଳାର ଉଦଯାପନୀ ଦିବସରେ ସଞ୍ଜୟ କୁମାର ଦାସବର୍ମାଙ୍କ ଉଦବୋଧନ | ଓଡ଼ିଶାକୁ ଫୋକସ୍ ଷ୍ଟେଟର ମାନ୍ୟତା ଦିଆଯାଉ । କାରଣ ଓଡିଶା ବିପର୍ଯ୍ୟୟ ଭିତରେ ବୁଡି ଯାଇଛି। ଏହା ପୁରୁଣା ପ୍ରସଙ୍ଗ ନୁହେଁ, ଏକ ଜୋଳନ୍ତ ପ୍ରସଙ୍ଗ l ନୀତି ଆୟୋଗ ବୈଠକରେ ମୂଖ୍ୟମନ୍ତ୍ରୀ ଏ ପ୍ରସଂଗ ଉଠାଇଛନ୍ତି l ଆମେ ମାଗିଥିଲୁ 17 ହଜାର କୋଟିର ସ୍ୱତନ୍ତ୍ର ସହାୟତା ଦିଆଯାଉ । ସେଥିରୁ 10 ହଜାର କୋଟି କେବଳ ବିଦ୍ୟୁତ ଭିତ୍ତିଭୂମି ପାଇଁ ମାଗିଥିଲୁ । ତାହା ମଧ୍ୟ ମିଳିଲା ନାହିଁ । ଅବିଚାର ଏବେକାର ନୁହେଁ 60 ଦଶକ ରୁ ଆରମ୍ଭ ହୋଇଛି ।
20 ହଜାର କୋଟି ଆମେ କେନ୍ଦ୍ରୀୟ ବଜେଟକୁ ଦେଉଛୁ। ଆମେ ଦେଉଛୁ କଣ ଆଉ ପାଉଛୁ କଣ । ସେହି ହକ ପାଇଁ ଆମେ ଲଢେଇ ଜାରି ରଖୁଛୁ । ରେଳବାଇ କ୍ଷେତ୍ରରେ ଅବିଚାର କରାଯାଇଛି। ଅନେକ ଗୁଡିଏ ରେଳ ଲାଇନ ପାଇଁ ରାଜ୍ୟ ସରକାର ମାଗଣା ରେ ଜମି ଦେଇଥିଲେ ବି ତାହା ପୂରଣ ହେଇ ପାରିନି । ନେଟୱାର୍କ କନେଟଭିଟ କ୍ଷେତ୍ରରେ ବି ଅବିଚାର କରାଯାଇଛି । ଆମର ବଳକା ଚାଉଳ କୁ କେନ୍ଦ୍ର ସରକାର ନେଉ ନାହାନ୍ତି । ଓଡ଼ିଶାର ହକ ପାଇଁ ଆମକୁ ଏଠି ସଂକଳ୍ପ ନେବାକୁ ହେବ ହେବ ପଦଯାତ୍ରା ସମୟରେ ତାକୁ ଘରେ ଘରେ ପବଞ୍ଚାଇବାକୁ ହେବ।