ଗୃହ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

0

(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇଏସ ସଞ୍ଜୀବ ଚୋପ୍ରା । ଓଡ଼ିଶାରେ ମହିଳା , ଶିଶୁ ଓ ଯୌନ ସାଧାରଣଙ୍କୁ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ବିଗତ ବର୍ଷ ମାନଙ୍କରେ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ରହିଛି । ଓଡ଼ିଶାରେ ଯେଉଁ ସବୁ ଭଲ କାମ ହୋଇଛି ତାକୁ ଆଗକୁ ନେବା ମୋର ମୂଳ ଲକ୍ଷ୍ୟ । ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ନିୟନ୍ତ୍ରଣରେ ରହିବ ଏବଂ ପୋଲିସ ଓ ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସଞ୍ଜୀବ ଚୋପ୍ରା ।