ହଠାତ ମଞ୍ଚ ଉପରେ ଅସୁସ୍ଥ ହୋଇପଡିଲେ ସପନା ଚୌଧୁରୀ

ହରିୟାଣୀ ଡ୍ୟାନ୍ସର୍ ସପନା ଚୌଧୁରୀ ନିଜ ନିଆରା ଅନ୍ଦାଜ ପାଇଁ ସମସ୍ତେ ପାଗଳ ହୋଇଥାନ୍ତି ।

0

(ମୁମ୍ବାଇ) : ହରିୟାଣୀ ଡ୍ୟାନ୍ସର୍ ସପନା ଚୌଧୁରୀ ନିଜ ନିଆରା ଅନ୍ଦାଜ ପାଇଁ ସମସ୍ତେ ପାଗଳ ହୋଇଥାନ୍ତି । କିନ୍ତୁ ସପନାଙ୍କ ପ୍ରଶଂସକ ଏଥର ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଅଛନ୍ତି। ସପନାଙ୍କର ପେଟ ଯନ୍ତ୍ରଣା ହୋଇଥିଲା। ସପନାଙ୍କ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କୁ କିଛି ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ୧ ଘଣ୍ଟା ଧରି ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ସପ୍ନା ସେଠାରେ ଟେଷ୍ଟ କରିବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ସୂଚନା ଅନୁଯାୟୀ, ସପନା ସତନା ଜିଲ୍ଲାର ରାମପୁର ବାଗେଲାନରେ ଏକ ଲାଇଭ୍ ଶୋ’ ପାଇଁ ଯାଇଥିଲେ। ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ରାତିରେ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।