(ମୁମ୍ବାଇ) : ବଲିଉଡ୍ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାରା ଅଲି ଖାନ୍ । ସୋସିଆଲ ମିଡିଆ ଜରିଆରେ ସର୍ବଦା ଫ୍ୟାନ୍ଙ୍କ ସହ ଯୋଡ଼ିହୋଇ ରହୁଥିବା ସାରା ସିନେ ଦୁନିଆରେ ଗୋଟିଏ ପରେ ଗୋଟିଏ ଫିଲ୍ମ ମାଧ୍ୟମରେ ଆଗକୁ ବଢୁଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ନିଜର ବ୍ୟସ୍ତବହୁଳ ସମୟ ସାରଣୀ ଶେୟାର କରିଛନ୍ତି ।
ସାରାଙ୍କର ଏହି ଭିଡିଓକୁ ଫ୍ୟାନ୍ ବହୁତ ପସନ୍ଦ କରୁଛନ୍ତି । ତାଙ୍କ ପରିଶ୍ରମକୁ ଖୁବ୍ ତାରିଫ କରୁଛନ୍ତି । ସେ ଏବେ ବିକ୍ରାନ୍ତ ମେସିଙ୍କ ସହ ଗୁଜରାଟରେ ଫିଲ୍ମ ‘ଗ୍ୟାସ୍ଲାଇଟ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିସହ ଭିକି କୌଶଲଙ୍କ ସହ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକରଙ୍କ ଫିଲ୍ମରେ ସେ ନଜର ଆସିବେ । ଫିଲ୍ମର ସୁଟିଂ ଶେଷ ହୋଇଛି । ରିଲିଜ୍କୁ ସାରା ଅପେକ୍ଷା କରିଛନ୍ତି । ଫ୍ୟାନ୍ ବି ତାଙ୍କୁ ପରଦାରେ ଦେଖିବାକୁ ବେଶ ଉତ୍ସାହିତ ।
ଭିଡିଓରେ ସାରା କହିଛନ୍ତି, ଗୋଟିଏ ଦିନର ୨୦ ଘଣ୍ଟା କେମିତି ବିତିଗଲା, ଜଣାପଡ଼ିଲା ନାହିଁ । ଇତିମଧ୍ୟରେ ଆରାମ କରିବାକୁ ତାଙ୍କୁ ଟିକିଏ ବି ସମୟ ମିଳିଲା ନାହିଁ । ଭିଡିଓଟି କରଣ ଜୋହରଙ୍କ ଜନ୍ମଦିନ ସମୟର । ଭିଡିଓ ଶେୟାର କରି ସେ ଉଲ୍ଲେଖ କରିଛନ୍ତି ‘ବିଶ୍ୱାସ ହେଉନାହିଁ ମୁଁ ୨୦ ଘଣ୍ଟାରେ ଏ ସବୁ କରିଛି । ବ୍ୟସ୍ତ ରହିବାରେ ମଜା ଅଛି । କିନ୍ତୁ ଆରାମ କରିବା ଅଧିକ ମଜାଦାର । ସକାଳ ୧୧ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ପ୍ରତି ମିନିଟ୍ ସାରା କେମିତି ବ୍ୟସ୍ତ ରହିଲେ, ସେ ବିଷୟରେ କହିଛନ୍ତି ।