ୟୁଜର୍ସ କହିଲେ-‘ସାରା ତୁମେ ଜଣେ ମୁସଲମାନ, ଧର୍ମ ସହ କାହିଁକି ଖେଳୁଛନ୍ତି’ ?

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅଧିକାଂଶ ଭାରତୀୟ ପର୍ବ ପାଳନ କରନ୍ତି।

0

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅଧିକାଂଶ ଭାରତୀୟ ପର୍ବ ପାଳନ କରନ୍ତି। ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ସମସ୍ତ ଧର୍ମକୁ ଉତ୍ସାହ ଏବଂ ସମ୍ମାନର ସହ ପାଳନ କରିବାରେ ବିଶ୍ୱାସ କରନ୍ତି। ଗତ ଶିବରାତ୍ରୀ ଉପଲାହେ ସେ ମଧ୍ୟପ୍ରଦେଶର ଓଁକାରେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ। ଯାହା ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କିନ୍ତୁ ଏଥିପାଇଁ ସାରାଙ୍କୁ ଅନେକ ଲୋକ ଅନେକ କଥା କହିଛନ୍ତି ।

ସୂଚନାନୁଯାୟୀ , ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଭଗବାନ ଶିବଙ୍କ ମନ୍ଦିରରେ ବସିଛନ୍ତି। ସେ ତାଙ୍କ କପାଳରେ ଚନ୍ଦନ ଟିକା ଲଗାଇଛନ୍ତି। ଫଟୋ ସେୟାର କରି ସାରା କ୍ୟାପସନରେ ଲେଖିଛନ୍ତି, ‘ହାପି ମହାଶିବତ୍ରୀ। ଜୟ ଭୋଲେନାଥ।’ ଜଣେ ୟୁଜର୍ ଲେଖିଛନ୍ତି, ‘ମୁଁ ଭାବିଲି ସେ ଜଣେ ମୁସଲମାନ, ଧର୍ମ ସହ କାହିଁକି ଖେଳୁଛନ୍ତି? ଯଦି ତୁମେ ମୁସଲମାନ ତେବେ ତା ସହିତ ରୁହ। ଧର୍ମ ସହିତ ଖେଳିବା ବନ୍ଦ କର। ମୁସଲମାନ କେବଳ ଆପଣଙ୍କ ପାଇଁ ଏକ ନାମ।