ସା ରେ ଗା ମା ପା’ର ବିଜେତା ମୁକୁଟ ପିନ୍ଧିଲେ ନୀଲଞ୍ଜନା ରାଏ

ଗତକାଲି ଜି ଟିଭିର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ର ଫାଇନାଲ୍ ବିଜେତା ମୁକୁଟ ନୀଲଞ୍ଜନା ରାଏ ହୋଇଛନ୍ତି।

0

(ମୁମ୍ବାଇ) : ଗତକାଲି ଜି ଟିଭିର ଲୋକପ୍ରିୟ ସିଙ୍ଗିଂ ରିଆଲିଟି ଶୋ’ ସା ରେ ଗା ମା ପା’ର ଫାଇନାଲ୍ ବିଜେତା ମୁକୁଟ ପିନ୍ଧିଛନ୍ତି  ନୀଲଞ୍ଜନା ରାଏ । ସେ ରାଜଶ୍ରୀ ବାଗ ଏବଂ ଶରଦ ଶର୍ମାଙ୍କୁ ପଛରେ ପକାଇ ସା ରେ ଗା ମା ପାର ଟାଇଟଲ୍ ନିଜ ନାମରେ କରିଛନ୍ତି। ଫାଇନାଲରେ ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣ ଏବଂ ଶିଳ୍ପା ରାଓ ଉପସ୍ଥିତ ଥିଲେ। ସେହିପରି ରାଜଶ୍ରୀଙ୍କୁ ୫ ଲକ୍ଷ ଟଙ୍କା ଏବଂ ଶରଦଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ , ସା ରେ ଗା ମା ବିଜେତା ନୀଲଞ୍ଜନା ରାଏଙ୍କୁ ଟ୍ରଫି ସହିତ ପୁରସ୍କାର ରାଶି ଭାବରେ ମୋଟ ୧୦ ଲକ୍ଷ ଟଙ୍କା ମିଳିଛି। ନିଲଞ୍ଜନା କହିଛନ୍ତି, ‘ସା ରେ ଗା ମା ପାର ଟାଇଟଲ୍ ମୋ ନାମରେ କରି ମୁଁ ବହୁତ ଖୁସି। ସମସ୍ତ ଦର୍ଶକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହି ଚମତ୍କାର ଯାତ୍ରା ସମାପ୍ତ ହୋଇଛି। ସମସ୍ତ ବିଚାରପତିଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଛି। ଆମର ମେଣ୍ଟର ଏବଂ ଜୁରି ସଦସ୍ୟମାନେ ବହୁତ ସପୋର୍ଟ କରିଛନ୍ତି । ମୁଁ ରିହର୍ସାଲ୍ ଏବଂ ଟ୍ରେନିଂର ସମୟକୁ ବହୁତ ମିସ୍ କରିବି।