ଭୁବନେଶ୍ୱର:ଅକାଳରେ ଚାଲିଯାଇଛି ସରପଞ୍ଚଙ୍କ ଜୀବନ । ଯାହାଙ୍କୁ କାନ୍ଧ ଦେଇଛନ୍ତି ବିଧାୟକ ପ୍ରତାପ ଜେନା । ତେବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସରପଞ୍ଚଙ୍କ ଶବ କାନ୍ଧେଇଲେ । କଟକ ଜିଲ୍ଲା ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକ ଗୋତରା ପଞ୍ଚାୟତ ସରପଞ୍ଚ ରତ୍ନାକର ସାହୁଙ୍କ ଅକାଳ ବିୟୋଗ ପରେ ବିଧାୟକ ପ୍ରତାପ ଜେନା ଶବ କାନ୍ଧେଇବା ସହ ତାଙ୍କ ଶବ ଧାରାରେ ସାମିଲ ହୋଇ ମଶାଣୀ ପର୍ଯ୍ୟନ୍ତ ଗଲେ । ଏହା ହେଉଛି ବିଧାୟକଙ୍କ ମଣିଷପଣିଆ । ଲୋକଙ୍କ ବିକାଶ ପାଇଁ ଯେମିତି କାମ କରନ୍ତି ,ସେମିତି ଦୁଃଖ ସମୟରେ ବି ସାଥ ଦିଅନ୍ତି । ଯାହା ଏହି ଦୃଶ୍ୟ କହି ଦେଉଛି ବିଧାୟକ ପ୍ରତାପ ଜେନାଙ୍କ ହୃନ୍ଦୟ କେତେ ମହାନ । ଏହି ସମୟରେ ସରପଞ୍ଚଙ୍କୁ କାନ୍ଧ ଦେଇ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ବିଧାୟକ ପ୍ରତାପ ଜେନା ।