ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଫିସ୍ ବଢ଼ାଇଲେ ଆବ୍ରାହମ

ସର୍ବଦା ନିଜର ନିଆରା ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମଙ୍କ ଫିଲ୍ମକୁ ନେଇ ବଢ଼ୁଛି ଚର୍ଚ୍ଚା।

0

(ମୁମ୍ବାଇ) : ସର୍ବଦା ନିଜର ନିଆରା ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତା ଜନ୍ ଆବ୍ରାହମଙ୍କ ଫିଲ୍ମକୁ ନେଇ ବଢ଼ୁଛି ଚର୍ଚ୍ଚା। ସୋସିଆଲ ମିଡିଆରେ ବି ଜନ୍‌ଙ୍କର ଫ୍ୟାନ୍ସ ଫଲୋର୍ସ ବଢ଼ିବାରେ ଲାଗିଛି। ତେବେ ଏସବୁ ଭିତ​‌ରେ ଜନ ତାଙ୍କ ଫିଲ୍ମର ଫିସ୍ ବଢ଼ାଇଛନ୍ତି । ଏହା ସହିତ ସେ ନିକଟରେ ଗୋଟିଏ ଫିଲ୍ମ ମଧ୍ୟ ସାଇନ୍ କରିଛନ୍ତି । ବଲିଉଡ୍ ହଙ୍ଗାମାର ଏକ ରିପୋର୍ଟ ମୁତାବକ ଜନ୍ ଆବ୍ରାହମ୍ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମ ‘ପଠାନ୍’ ପାଇଁ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି।

ସୂଚନାନୁଯାୟୀ , ଆବ୍ରାହମ୍ ମୋହିତ୍ ସୁରୀଙ୍କ ଫିଲ୍ମ ‘ଏକ ଭିଲାନ୍ ରିଟର୍ଣ୍ଣସ’ରେ ମଧ୍ୟ ସାଇନ୍ କରିଛନ୍ତି । ଏବଂ ଏହି ଫିଲ୍ମ ପାଇଁ ସେ ୨୧ କୋଟି ଟଙ୍କା ଫିସ୍ ନେଇଛନ୍ତି। ଜନ୍ ତାଙ୍କ ଫିସ୍ ଲାଗାତର ବଢ଼ାଇ ଚାଲିଛନ୍ତି। ଜନ୍ ‘ବାତଲା ହାଉସ’ ଫିଲ୍ମ ପାଇଁ ‘ସତ୍ୟ ମେବ ଜୟତେ-୨’ଠାରୁ ବି ଅଧିକ ଟଙ୍କା ନେଇଥିଲେ, ତଥାପି ‘ସତ୍ୟ ମେବ ଜୟତେ-୨’ ରେ ବି ଅଧିକ ଟଙ୍କା ବଢ଼ାଇଥିଲେ।