(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଜର ଏଟିଏମ ଉଠାଣ ନିୟମରେ କେତେକ ସଂଶୋଧନ କରାଯାଇଛି । ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ କରୋନା ଭାଇରସ ପାଇଁ ଏପ୍ରିଲ ୧ ଠାରୁ ଜୁନ ୩୦ ପର୍ୟ୍ୟନ୍ତ ଏଟିଏମ ଉଠାଣକୁ ଶୁଳକମୁକ୍ତ କରାଯାଇଥିଲା । କିନ୍ତୁ ଏବେ ଜୁଲାଇ ୧ରୁ ବ୍ୟାଙ୍କ ଏସବୁ ସୁବିଧାକୁ ପ୍ରତ୍ୟାହାର କରିନେଇଛି । ଅର୍ଥାତ ଏଣିକି ଧାର୍ୟ୍ୟସଂଖ୍ୟକ ଠାରୁ ଅଧିକ ଥର ଏଟିଏମ ଉଠାଣ କଲେ ଶୁଳକ ପଡ଼ିବ ।ନିୟମଅନୁସାରେ ଏସବିଆଇ ଗ୍ରାହକମାନେ ନିଜ ବ୍ୟାଙ୍କର ଏଟିଏମରୁ ମାସକୁ ୫ ଥର ବିନା ଶୁଳକରେ ଓ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାସକୁ ୩ ଥର ବିନା ଶୁଳକରେ ଟଙ୍କା ଉଠାଇ ପାରିବେ। ଅଣ-ମେଟ୍ରୋ ସହରରେ ଏହା ୧୦ଟି ଥିଲା (୫ଟି ଏସବିଆଇ ଏଟିଏମ, ୫ଟି ଅନ୍ୟ ବ୍ୟାଙ୍କର ଏଟିଏମ) । ଏହାପରେ କୌଣସି ନଗଦ ଉଠାଣ ପାଇଁ ୧୦ରୁ ୨୦ ଟଙ୍କା ପର୍ୟ୍ୟନ୍ତ ଶୁଳକ ଲାଗୁ ହେବ । ସେହିପରି ଅଣଆର୍ଥିକ(ବାଲାନ୍ସ ଦେଖିବା, ପିନ ବଦଳାଇବା ଆଦି ) କାରବାର ପାଇଁ ୫ଟଙ୍କାରୁ ୮ଟଙ୍କା ପର୍ୟ୍ୟନ୍ତ ଶୁଳକ ଲାଗିବ ।ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଗ୍ରାହକଙ୍କ ସୁବିଧା ପାଇଁ ଅର୍ଥମନ୍ତ୍ରୀ ମାର୍ଚ୍ଚମାସରେ ଏଟିଏମ ସେବା ଉପରୁ ଶୁଳକ ଛାଡ଼ କରିଥିଲେ ।କିନ୍ତୁ ଏବେ ଏହି ସମୟସୀମା ଶେଷ ହୋଇଥିବାରୁ ଏହି ସୁବିଧା ଏବେ ଆଉ ଉପଲବ୍ଧ ହେବ ନାହିଁ ।