ଶିକ୍ଷକ ଆନ୍ଦୋଳନ ପାଇଁ ସ୍କୁଲରେ ତାଲା , ସଚିବ କହୁଛନ୍ତି ମୁଁ ଅଜ୍ଞ

0

ଭୁବନେଶ୍ୱର : ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ରେ ବାଚସ୍ପତି ଙ୍କ ରୁଳିଂ ପରେ ଗତକାଲି ଗଣ ଶିକ୍ଷା ସଚିବ ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ସଚିବ କହୁଛନ୍ତି ମୁଁ ନୂଆ କରି ଆସିଛି, ଦାବି ସମ୍ପର୍କରେ ଅଜ୍ଞ। ଆମର ପ୍ରଶ୍ନ ହେଲା, ଶିକ୍ଷକ ମାନେ ଦାବି ସମ୍ପର୍କରେ ପୂର୍ବରୁ ସରକାରଙ୍କୁ ଜଣାଇଛନ୍ତି। ଶିକ୍ଷକ ଆନ୍ଦୋଳନ ପାଇଁ ସ୍କୁଲ ରେ ତାଲା ପଡ଼ିଛି। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ଯାଇ ପଦମପୁର ରେ ପ୍ରଚାର କରୁଛନ୍ତି। ଏହା ଦୁର୍ଭାଗ୍ୟ ଜନକ।