ଆସନ୍ତାକାଲିଠାରୁ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ଯୋଗୀ

ଆସନ୍ତାକାଲିଠାରୁ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ।

0

(ଉତ୍ତରପ୍ରଦେଶ) : ଆସନ୍ତାକାଲିଠାରୁ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ । ଆଦିତ୍ୟନାଥ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ’ର ଶୁଭାରମ୍ଭ କରିବେ ।

ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ କମ୍ ସ୍ବାକ୍ଷାର ପ୍ରତିଶତ ଥିବା ଜିଲ୍ଲାକୁ ପ୍ରାଥମିକତା ଦେବା ଏବଂ ରାଜ୍ୟର ପ୍ରାଥମିକ ସ୍କୁଲକୁ ଉତ୍ତମ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରାବସ୍ତୀ ଜିଲ୍ଲାରେ ‘ସ୍କୁଲ ଚଲୋ ଅଭିଯାନ’ର ଶୁଭାରମ୍ଭ କରିବେ ।

ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଏହି ଅଭିଯାନ ସହ ଯୋଡ଼ି ହୋଇଥିବା ଏବଂ ସବୁ ବିଧାୟକ ଗୋଟିଏ ଗୋଟିଏ ସ୍କୁଲକୁ ପୋଷ୍ୟ କରିବେ । ଯୋଗୀ ଏହି ନିର୍ଦ୍ଦେଶ ବି ଦେଇଛନ୍ତି କି ସବୁ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶୌଚାଳୟ, ପାନୀୟ ଜଳ, ଫର୍ଣ୍ଣିଚର ଏବଂ ସ୍ମାର୍ଟ କ୍ଲାସ ରୁମ୍ ପ୍ରଦାନ କରିବେ ।