୨୪ରୁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ବିଦ୍ୟାଳୟ 

ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସଂଖ୍ୟା ହ୍ରାସ ପାଇଛି ।

0

(ମୁମ୍ବାଇ) : ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସଂଖ୍ୟା ହ୍ରାସ ପାଇଛି । ଯାହାକୁ  ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପୁଣି ସ୍କୁଲ ଖୋଲିବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ୨୪ ତାରିଖରୁ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପୁଣି ସ୍କୁଲ ଖୋଲିବ। ଏନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି।

 

ସୂଚନାନୁଯାୟୀ ,  କରୋନା ମାମଲା ବୃଦ୍ଧି ପାଇବା ଯୋଗୁଁ ଜାନିଆରୀ ୮ରେ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଥିଲା। ମହାରାଷ୍ଟ୍ରରେ ବୁଧବାର ୪୩,୬୯୭ କରୋନା ମାମଲା ସାମ୍ନାକୁ ଆସିଥିଲା। ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୬୦୩୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମୁମ୍ବାଇରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୮୫୬ ରହିଛି।