ଭାରତ

ଆସନ୍ତା ୧୮ରୁ ଦିଲ୍ଲୀରେ ଖୋଲିବ ସ୍କୁଲ

(ନୁଆଦିଲ୍ଲୀ): କରୋନା ମହାମାରୀ ପାଇଁ ଦୀର୍ଘ ମାସ ଧରି ବିଭିନ୍ନ ରାଜ୍ୟରେ ସ୍କୁଲ ବନ୍ଦ ରହିବା ପରେ ଏବେ ଧିରେ ଧିରେ ଖୋଲିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୧୮ ତାରିଖରୁ ସ୍କୁଲ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଆସିବାକୁ ଅନୁମତି ମିିଳିଛି । ତେବେ ସ୍କୁଲ ଆସିବା ବାଧ୍ୟତାମୂଳକ କରାଯାଇନାହିଁ । ପିଲାଙ୍କୁ ସ୍କୁଲ ଛାଡିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅଭିଭାବକଙ୍କର ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । କରୋନା ସଂକ୍ରମଣ ପାଇଁ ଗତବର୍ଷ ମାର୍ଚ୍ଚରେ ଲକଡାଉନ ଘୋଷଣା ହେବା ପରେ ଦିଲ୍ଲୀର ସ୍କୁଲଗୁଡିକୁ ବନ୍ଦ କରାଯାଇଥିଲା । ଦୀର୍ଘ ମାସ ପରେ ଦିଲ୍ଲୀରେ ଏବେ ପ୍ରଥମ ଥର ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ତେବେ ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ସମସ୍ତ ସରକାରୀ, ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକ ଏବେ ଖୋଲିପାରିବ ବୋଲି ସରକାର ଅନୁମତି ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ ସେମାନଙ୍କ ରେକର୍ଡ ରଖାଯିବ । କିନ୍ତୁ ସେଥିରେ ସେମାନଙ୍କ ଉପସ୍ଥାନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେହିପରି ନିଜ ପିଲାଙ୍କୁ ସ୍କୁଲ ଛାଡିବେ କି ନାହିଁ ସେ ନେଇ ଅଭିଭାବକ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

Related posts

ଶେଷ ହେଲା ଉନ୍ନାଓ ପୀଡିତାଙ୍କ ଅନ୍ତିମ ସଂସ୍କାର

Report

ଦିଲ୍ଲୀର ରାଶନ ଦୋକାନରେ ଶସ୍ତାରେ ବିକ୍ରି ହେବ ପିଆଜ

Report

ନଡ଼ିଆ ତେଲ କମ୍ପାନୀ ଊପରେ ପ୍ରତିବନ୍ଧକ ଲଗାଇଲେ କେରଳ ସରକାର

Report

Leave a Comment