ଅପରାଧ

ଅନଲାଇନ ଠକେଇରେ ମହିଳା ବୈଜ୍ଞାନିକଙ୍କ ଆକାଉଣ୍ଟରୁ ୨.୦୭ ଲକ୍ଷ ଗାଏବ

କୋଲକାତା: କୋଲକାତା ସାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ଫିଜିକ୍ସର ଜଣେ ବରିଷ୍ଠ ବୈଜ୍ଞାନିକ ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଜଣେ ଅନଲାଇନ ଠକ ନିଜକୁ ବ୍ୟାଙ୍କ ଅଫିସର କହି ତାଙ୍କ ସହ କଥା ହେଉଥିବା ବେଳେ ତାଙ୍କ ଆକାଉଣ୍ଟରୁ ୨.୦୭ ଲକ୍ଷ ଟଙ୍କା ଲୁଟ କରି ନେଇଛି । ଏନେଇ ଥାନାରେ ଏକ ଅଭିଯୋଗ କରାଯାଇଛି ।
ପୁଲିସ ଅନୁଯାୟୀ, ବୁଧବାର ମହିଳା ବୈଜ୍ଞାନିକ ସମ୍ପା ବିଶ୍ୱାସଙ୍କ ମୋବାଇଲକୁ ଏକ କଲ ଆସିଥିଲା । ସେ ଫୋନ ରିସିଭ କରିବା ପରେ ସେ ବ୍ୟକ୍ତି ନିଜକୁ ବ୍ୟାଙ୍କ କର୍ମଚାରୀ କହି ତାଙ୍କ ମୋବାଇଲ ପ୍ଲେ ଷ୍ଟୋରରୁ ଏକ ମୋବାଇଲ ଆପ ଡାଉନଲୋଡ କରି କେୟାଇସି ଅପଡେଟ କରିବାକୁ କହିଥିଲେ । ମହିଳା ସେହି ଆପ ଡାଉନ ଲୋଡ କରିବା ପରେ ସେହି ଠକ ତାଙ୍କ ଫୋନକୁ ଆକ୍ସେସ କରି ତାଙ୍କୁ ଦଶ ଟଙ୍କା ପଠାଇବାକୁ କହିଥିଲା । ମହିଳା ୧୦ ଟଙ୍କା ନେଟ ବ୍ୟାଙ୍କିଂରେ ଦେଇଥିଲେ । କିନ୍ତୁ ମହିଳାଙ୍କୁ ଫୋନ ବ୍ୟାଙ୍କିଂରୁ ଟଙ୍କା ଦେବାକୁ କୁହାଯାଇଥିଲା । ସେ ଏହା କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୧.୩୫ ଲକ୍ଷ କଟି ଯାଇଥିଲା । ଏହାପରେ ଠକ ତାଙ୍କ ଡେବିଡ କାର୍ଡରୁ ୧୦ ଟଙ୍କା ପଠାଇବାକୁ କହିଥିଲା । ସେ ତାହା ମଧ୍ୟ ପଠାଇ ଥିଲେ । ଏହା ପରେ ତାଙ୍କ ଆକାଉଣ୍ଟରୁ ୭୨ ହଜାର ଟଙ୍କା କଟିଯାଇଥିବା ପୁଲିସ କହିଛି । ଏହା ପରେ ତାଙ୍କ ମୋବାଇଲ ହ୍ୟାଙ୍ଗ ହୋଇଯାଇଥିଲା । ପରେ ସେ ମୋବାଇଲ ଠିକ କରି ସେହି ନମ୍ବରକୁ ଫୋନ କରିବାରୁ ଫୋନ ଅଫ ଆସିଥିଲା । ଏହାପରେ ସେ ନିଜ ଆକାଉଣ୍ଟ ଚେକ କରି ଦେଖନ୍ତି ଦୁଇଟି ଟ୍ରାନ୍ଜାକ୍ସନରେ ତାଙ୍କ ଆକାଉଣ୍ଟରୁ ୨.୦୭ ଲକ୍ଷ ଟଙ୍କା କଟି ଯାଇଛି ।

Related posts

ପ୍ରେମ ସାଜିଲା ପ୍ରତାରଣା

Report

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ସଞ୍ଜୟ ଆହତ

Report

କାଳ ବୈଶାଖୀ ପ୍ରଭାବରେ ଚାଳ ଛପର ଉଡିଯାଇଛି

Report

Leave a Comment