ଏପ୍ରିଲ ୨୯ରେ ବନ୍ଦ ରହିବ ମମସ୍ତ ଫିଲ୍ମର ସ୍କ୍ରିନଂ

0

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଲୋକସଭା ନିର୍ବାଚନକୁ ନେଇ ମାହୋଲ ଗରମ ଥିବା ବେଳେ ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟୟେ ମତଦାନ ହେବାକୁ ଯାଉଛି । ଏଥିଲାଗି ଶନିବାର ସଂନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ତେବେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ମୁମ୍ବାଇରେ କୌଣସି ଫିଲ୍ମର ସ୍ମ୍ରିନିଙ୍ଗ୍ କରାଯିବ ନାହିଁ ବୋଲି ଜଣାପଡ଼ିଛି । ସବୁ କାର୍ଣ୍ଣିଭାଲ ସିନେମା ହଲରେ ଏପ୍ରିଲ ୨୯ରେ କୌଣସି ଫିଲ୍ମ ଦର୍ଶକେ ଦେଖବାକୁ ପାଇବେ ନାହିଁ । ଯେଉଁ ଥିଏଟର ସବୁ ସଫି ମଲ ଭିତରେ ରହିଛି ତାହା ସଂନ୍ଧ୍ୟର ୫ଟାରେ ଖୋଲିବ । ଯେଉଁ ଥିରେ ଥିଏଟର ସ୍ୱତନ୍ତ୍ର ଭାବରେ ରହିଛି ସେ ସବୁ ସିନେମାଘର ଖୋଲା ରହିବା ସହ କର୍ମଚାରୀଙ୍କୁ ଭୋଟ୍ ଦେବା ପାଇଁ ବ୍ରେକ୍ ଦିଆଯିବ । ଏହା ସହ ସେ ଦିନ ଛୁଟି ଦିନ ଥଇବାରୁ କର୍ମଚାରୀଙ୍କୁ ଅଧିକ ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି । ସୁଚନା ମୁତାବକ ୯ଟ ରାଜ୍ୟରେ ହେବାକୁ ଯାଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ୭୧ ଟି ଲୋକସଭା ଆସନ ପାଇଁ ମତାଦନ ହେବ । ସେ ମଧ୍ୟରେ ରହିଛି ବିହାରର ୫ ଟି , ଜମ୍ମୁ କାଶ୍ମୀରର ଗୋଟେ , ମଧ୍ୟ ପ୍ରଦେଶର ୬ ଟି , ମହାରାଷ୍ଟ୍ର ୧୭ ଟି , ଓଡ଼ିଶାର ୬ ଟି, ରାଜସ୍ଥାନ ୧୩ ଟି, ଉତ୍ତରପ୍ରଦେଶ ୧୩ ଟି ଏବଂ ପଶ୍ଚିମବଙ୍ଗରେ ୮ ଟି ଆସନ ।