ପଶ୍ଚିମବଙ୍ଗରେ ଲାଗୁ ହେଲା ୧୪୪ ଧାରା

0

ବ୍ୟୁରୋ:ପଶ୍ଟିମବଙ୍ଗରେ ଏକ ବ୍ୟାପକ ହିସାଂକାଣ୍ଡ ଦେଖିବାକୁ ମିଳିଛି । ଏହି ହିସାଂକାଣ୍ଡ ସ୍ଥାନୀୟ ଅଚଂଳରେ ଭୟାବହ ବାତାବରଣ ସୃଷ୍ଟି କରିଛି । ଲୋକଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ୧୪୪ ଧାରା ଲାଗୁ କରିଛିି । ଏହି ଘଟଣାଟି ପଶ୍ଚିମବଙ୍ଗର ମୋମିନପୁରରେ ଦେଖିବାକୁ ମିଳିଛି । ଏହି ଘଟଣାରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମ୍ଦାରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାସ୍ଥଳରୁ ୩୮ ଜଣଙ୍କୁ ଅଟକ ରଖାଯାଇଛି ।

ମିଲାଦ୍ -ଉନ୍-ନବୀ ପାଇଁ ଲଗାଯାଇଥିବା ଧାର୍ମିକ ପତାକାକୁ ଚିରାଯାଇଥିବା ଅଭିଯୋଗରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀଙ୍କ ଉତ୍ତେଜନା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ରକ୍ତାତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟେକା ପଥର ଫିଙ୍ଗା ସହ ଭୟଙ୍କର ଅଗ୍ନି ବିସ୍ପୋରଣରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା ।

ମୋମିନପୁରରେ କେନ୍ଦ୍ରୀୟ ସୁରକ୍ଷା ବଳୟକୁ ମୃତୟନ ପାଇଁ ବିଜେପି ଦାବି କରିଛି । ଘଟଣା ସର୍ମ୍ପକରେ ବିଜେପି ନେତା ସୁଭେନ୍ଦୁ ଅଧିକାରୀ ସ୍ୱ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ରାଜ୍ୟପାଳ ଲା ଗଣେଶନଙ୍କୁ ଏକ ଦାବି ପତ୍ର ପଠାଇଛନ୍ତି । ତେବେ ଏହି ଘଟଣାରେ ଅମିତ ମାଲବ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଦାୟୀ କରିଛନ୍ତି । କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ତେବେ ଏହାର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।