ସେପ୍ଟେମ୍ବର ୧୦ରୁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ସୁଯୋଗ

0

ଭୁବନେଶ୍ବର:ଦଶମପାସ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର | ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ କିଛି ଛାତ୍ରଛାତ୍ରୀ ଇ-ଆଡମିଶନ କରିପାରି ନଥିଲେ । ଯାହା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ଦ୍ବିତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସେହିପରି ଏହା | ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଇଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକ www.samsodisha.gov.in ରେ ଲଗଇନ୍ କରି ସବିଶେଷ ତଥ୍ୟ ପାଇପାରିବେ । ଏନେଇ ଗଣଶିକ୍ଷା ବିଭାଗର ସୂଚନା |