ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ କଳିଙ୍ଗ ଷ୍ଟାଡିୟମରେ ବାହା ଧରି ବାହାର କରିଦେବା ଘଟଣା । ଭୁଲ ମାଗିଲା କ୍ରୀଡା ବିଭାଗ | ତାଙ୍କୁ ଫୋନ୍ କରି ବୁଝାସୁଝା କରିବା ସହ ଭୁଲ୍ ମାଗିଛନ୍ତି କ୍ରୀଡା ବିଭାଗ ସଚିବ | ଭୁଲ ମାଗିଥିବା ନିଜ ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି ସୁର ରାଉତରାୟ । ମଙ୍ଗଳବାର ଦିନ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ସୁରଙ୍କୁ ସୁରକ୍ଷାକର୍ମୀ ଗେଟ୍ ନିକଟରୁ ଫେରାଇ ଦେଇଥିବା ଅଭିଯୋଗ ଆଣିଥିଲେ ସୁର ।
କଳିଙ୍ଗ ଷ୍ଟାଡିୟମରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ ଜଟଣୀ ବିଧାୟକ । ଏହି ସମୟରେ ସୁରେଶ ରାଉତରାୟଙ୍କୁ ବାଟ ଛାଡିନଥିଲେ ସୁରକ୍ଷା କର୍ମୀ । ଏହାପରେ ସୁରେଶ ରାଉତରାୟ ନିମନ୍ତ୍ରଣ ପତ୍ର ଦେଖାଇଥିଲେ । କିନ୍ତୁ ସୁରକ୍ଷାକର୍ମୀ କିଛି ନଶୁଣି ତାଙ୍କୁ ଷ୍ଟାଡିୟମରୁ ବାହାର କରିଦେଇଥିବା ଅଭିଯୋଗ ଆଣିଥିଲେ । ଅପମାନ ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିଲେ ସୁରେଶ ରାଉତରାୟ ।