ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ତଦାରଖ ପାଇଁ ପୁରୀରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି ।
ସୂଚନାମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ 5T ସଚିବ ଆଲୋଚନା କରିଛନ୍ତି ।ଏହା ସହ ଜାରି ରହିଥିବା ଡ୍ରେନ ଓ ରାସ୍ତା ଆଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପରେ 5Tସଚିବ ଭୁବନେଶ୍ୱର ଫେରିଥିବା ସୂଚନା ରହିଛି ।