କୋରାପୁଟରେ ସୁରକ୍ଷା ପରିଷଦ ବୈଠକ

0

କୋରାପୁଟ -ମନୋଜ ଦାସ– ଆଜି କୋରାପୁଟ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ କୋରାପୁଟ ଜିଲ୍ଲାରେ ଘଟୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓ ଅନଲାଇନ ଠକେଇରୁ ଲୋକ କେମିତି ସଚେତନ ହେବେ ତାହା ନେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଏବଂ ମାଧ୍ୟମରେ ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ନେଇ ଆଲୋଚନା କରାଗଲା । ଏହି ବୈଠକରେ ସୁରକ୍ଷା ପରିଷଦ କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାବାସୀ ବହୁଳ ମାତ୍ରାରେ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି .