ସଲମାନଙ୍କୁ ଦିଆଯିବ ସୁରକ୍ଷା

0

ମୁମ୍ବାଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ମିଳିଛି Y+ ସୁରକ୍ଷା | କିଛି ଦିନ ତଳେ ଅଭିନେତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହାପରେ ରାଜ୍ୟ ସରକାର ଏହି ପଦକ୍ଷେପ ନିଆଯାଇଛି | ଏନେଇ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଛି ଓ ଏବେ ତାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯିବ।ତେବେ ଗତ କିଛି ଦିନ ତଳେ ସଲମାନଙ୍କ ପିତା ସଲିମ ଖାନ୍ ତାଙ୍କ ପ୍ରାତଃ ଭ୍ରମଣ ପରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଏକ ବେଞ୍ଚରେ ବସିଥିଲେ।

ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ସେଠାରେ ଏକ ଚିଠି ରଖିଥିଲେ, ଯେଉଁଥିରେ ଅଭିନେତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା।ସେ ଏନେଇ ପୋଲିସ ଷ୍ଟେସନ୍ରେ ମଧ୍ୟ ଏକ ଏଫଆର ଦେଇଥିଲେ | ତାହାକୁ ଭିତି କରି ତାଙ୍କୁ ସୁରକ୍ଷା ଦିଆଯିବ |