ଚୋରା ମଦ ବିକ୍ରି କରିବା ପଡିଲା ମହଙ୍ଗା : ୩ ଅଟକ

0

ଭୋଗରାଇ– ଚୋରା ମଦ ବିକ୍ରି କରି କରିବା ପଡିଲା ମହଙ୍ଗା । ଗାଡି ଭଙ୍ଗାରୁଜା ସହ ତିନିଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ପଞ୍ଚୟତରେ ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଅଟୋ ଦ୍ୱାରା ଦୁଇ ଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉଁରୀ ଗ୍ରାମର ଜନୈକ ଘରକୁ ମଦ ଦେବା ପାଇଁ ଆସିଥିଲେ ।ଏହି ସମୟରେ ଗ୍ରାମର ମହିଳାମାନେ ଦୁଇ ଜଣଙ୍କୁ ମାଡ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ । ଏହା ପରେ ବୋଲେରୋ ସାହାଯ୍ୟରେ ଏନଜିଓର ପରିଚୟ ଦେଇ ଛଡାଇବାକୁ ଆସିଥିବା ଅନୀଲ ପ୍ରଧାନ ନାମକ ବ୍ୟକ୍ତିଙ୍କୁ ଅଟକ ରଖି ବା ସହ ବୋଲେରୋକୁ ଭଙ୍ଗାରୁଜା କରିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି ।