ଭୁବନେଶ୍ୱର: ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ପ୍ରବୀଣ ସୁଦ୍ । ସିବିଆଇ ନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ନେଇଛନ୍ତି । ୨ ବର୍ଷ ପାଇଁ ରହିବ କାର୍ୟ୍ୟକାଳ ସମୟ ।୧୯୮୬ ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇପିଏସ୍ ପ୍ରବୀଣ ସୁଦ୍ ସିବିଆଇର ନିର୍ଦ୍ଦେଶକ ଭାବେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ସୁବୋଧ ଜୟସୱାଲଙ୍କ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ନିଜର ୩୭ ବର୍ଷର କାର୍ୟ୍ୟକାଳ ମଧ୍ୟରେ ପ୍ରବୀଣ ସୁଦ୍ କର୍ଣ୍ଣାଟକ ବିଲୋରୀ ଓ ରାୟପୁରରେ ପୁଲିସ ଅଧିକ୍ଷକ ଓ ଅତିରିକ୍ତ ପୁଲିସ ଆୟୁକ୍ତ, ବେଙ୍ଗାଳୁରୁରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।