ଭୁବନେଶ୍ୱର: ଓଡିଶା ସାମ୍ବାଦିକ ଜଗତ ପାଇଁ ଆଉ ଏକ କଳା ଦିବସ | ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ ହୋଇଛି । ତାଙ୍କର ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି | ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଲୋକ ଥିଲେ ଓ ସାମ୍ବାଦିକ ଜଗତରେ ରାଜନୈତିକ ଘଟଣା ଗୁଡିକ ଵର୍ଣନା କରିବାରେ ଏତେ ଉଚ୍ଚ କୋଟିର ଥିଲା ଜେ ତାଙ୍କୁ ପାଠକମାନେ ମଧ୍ୟ ବେଶ ଭଲ ପାଉଥିଲେ | ସେ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ସାମ୍ୱାଦିକ ଥିଲେ । ଅନେକ ଖବରକାଗଜରେ ସେ କାମ କରିଥିଲେ ଓ ତାଙ୍କ ଲେଖିବାର ଶୈଳୀ ତାଙ୍କୁ ଦେଇଥିଲା ଏକ ନୂତନ ପରିଚୟ ।କେବଳ ସେତିକି ନୁହେଁ ମୃତ୍ୟୁ ପୂର୍ବରୁ କେତେକ ଖବରକାଗଜ ପାଇଁ ମୁକ୍ତ ସାମ୍ୱାଦିକତା କରୁଥିଲେ ଓ ସ୍ତମ୍ବ ଲେଖୁଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଏକ ବଡ ଖାଲିସ୍ଥାନ ଛାଡ଼ିଦେଇ ଗଲେ |