ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ ପରଲୋକ

0

ବାସୁଦେବପୁର: ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବନମାଳୀ ବାରିକଙ୍କ ହୃଦଘାତରେ ପରଲୋକ । ଏ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକଗୁଆ ଗଡିଆ ପଞ୍ଚାୟତ ଚିରୋଳରେ । ସେ ଥିଲେ ସମାଜର ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ । ମୃତ୍ୟୁ ବେଳକୁ ତାଙ୍କର ୬୫ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ ନିଜ ଘର ଚିରୋଳରେ ଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକମାନେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି ।
ସୂଚାନୁସାରେ , ବନମାଳୀ ବାରିକ ପ୍ରଥମେ ପ୍ରଜାତନ୍ତ୍ର ଖବର କାଗଜରେ ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ସମାଜରେ ଆଜି ପର୍ଯ୍ୟନ୍ତ ସାମ୍ବାଦିକତା କରୁଥିଲେ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସାମ୍ବାଦିକତା କରି ଆସୁଥିଲେ । ସେ କେବଳ ଯେ ସାମ୍ବାଦିକ ଥିଲେ ତାହା ନୁହେଁ ଜଣେ ସାହିତ୍ୟିକ ମଧ୍ୟ ଥିଲେ। ବିଭିନ୍ନ ସଂଗଠନର ଜଡିତ ରହିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାସୁଦେବପୁର ପ୍ରେସ କ୍ଳବର ସମସ୍ତ ସାମ୍ବାଦିକ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।