ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ

ଖୁବ୍ ଶୀଘ୍ର ଆସିପାରେ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ ।

0

(ମୁମ୍ବାଇ) : ଖୁବ୍ ଶୀଘ୍ର ଆସିପାରେ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ଏହି କମେଡି ସିନେମାର ସିକ୍ୱେଲ ପ୍ରସ୍ତୁତ କରିବାକୁ ଯାଉଛନ୍ତି ବୋନି କପୁର । କିନ୍ତୁ ଏଥିରେ ସଲମାନଙ୍କୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଡିସେମ୍ବର ମାସରେ ସିନେମା ତିଆରି କରିବା ପାଇଁ ଦମଦାର ଲାଗି ପଡିଛନ୍ତି ବୋନି । ପ୍ରଥମ ସିନେମାଠାରୁ ଏହାର ସିକ୍ୱେଲ ଅଧିକ ଲୋକପ୍ରିୟ ହେବ ବୋଲି ଦାବି କରିଛନ୍ତି ପ୍ରଯୋଜକ ବୋନି କପୁର ।

ସୂଚନାନୁଯାୟୀ , ସିକ୍ୱେଲର ନାଁ “ନୋ ଏଣ୍ଟ୍ରି ମେ ଏଣ୍ଟ୍ରି” ରଖାଯାଇଥିବା ବେଳେ ବୋନି ଏହାର ସ୍କ୍ରିପ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମର ସିକ୍ୱେଲରେ ସଲମାନ ଲିଡ ରୋଲରେ ନଜର ଆସିବେ । ତେବେ ଏହି ପିଲ୍ମରେ ଜଣେ କି ଦୁଇ ଜଣ ନୁହେଁ ବରଂ ୯ ଜଣ ଅଭିନେତ୍ରୀ ନଜର ଆସିବେ ବୋଲି ସୂଚନା ମିଳିଛି ଏବଂ ଖୁବ୍ ଶୀଘ୍ର ଫିଲ୍ମର ପ୍ରସ୍ତୁତି ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି ।