ତାଳଚେର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ଜନତାଙ୍କ ସେବା କର: ସାଂସଦ

0

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦର ନବନିର୍ବାଚିତ ନଗରପାଳ ଓ କାଉନ୍‌ସିଲର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଛନ୍ତି । ସାଂସଦଙ୍କ ଥର୍ମାଲ୍ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ନୂତନ ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ସମେତ ୧୮ ଜଣ ଦଳୀୟ କାଉନ୍‌ସିଲର ସାମିଲ ଥିଲେ।

 

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ନୂତନ ନଗରପାଳ କାଉନ୍‌ସିଲର ମାନେ ସଠିକ୍ ଢଙ୍ଗରେ କାର୍ଯ୍ୟ କରିବେ ବୋଲି ସାଂସଦ ଶ୍ରୀ ସାହୁ ଆଶା ପ୍ରକଟ କରିଛନ୍ତି। ସାଧାରଣ ଲୋକମାନଙ୍କ ସେବାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ଓ ତାଳଚେର ପୌରପରିଷଦକୁ ଏକ ବିକଶିତ ସହରରେ ପରିଣତ କରିବା ହିଁ ଏକ ମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଲୋକବତ୍ସଳ ସାଂସଦ ମହେଶ ସାହୁ ନବନିର୍ବାଚିତ ସଦସ୍ୟ/ସଦସ୍ୟାଙ୍କୁ ପରାମର୍ଶ ଦେଇଛନ୍ତି ।ଏଥି ସହିତ ସମସ୍ତ ନିବନିର୍ବାଚିତ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସାଂସଦ ଶ୍ରୀ ସାହୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ଦଳମତରୁ ଉର୍ଦ୍ଧ୍ବରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ସାଂସଦ।ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି । ଏଣୁ ଆପଣମାନେ ଜନତାଙ୍କ ସୁବିଧା ପାଇଁ କାମ କରନ୍ତୁ । ଦଳମତରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା, ଆଶୀର୍ବାଦ ପାଇପାରିବା ବୋଲି ଲୋକପ୍ରିୟ ସାଂସଦ ମହେଶ ମତବ୍ୟକ୍ତ କରିଛନ୍ତି ।