ହୋଟେଲ ଓ ରେଷ୍ଟୁରାଣ୍ଟରେ ସର୍ଭିସ ଚାର୍ଜ ଆଦାୟ ବେଆଇନ୍

0

ଭୁବନେଶ୍ବର: ରେଷ୍ଟୁରାଣ୍ଟ ଅବା ହୋଟେଲ ଗ୍ରାହକଙ୍କଠାରୁ ସର୍ଭିସ୍ ଚାର୍ଜ ଆଦାୟ କରିପାରିବେ ନାହିଁ।  ଖାଇବା ପରେ ରେଷ୍ଟୁରାଣ୍ଟ କି ହୋଟେଲ କର୍ତ୍ତୃପକ୍ଷ ସର୍ଭିସ୍ ଚାର୍ଜ ମାଗୁଛନ୍ତି, ତେବେ ଆମକୁ ଜଣାନ୍ତୁ ବୋଲି ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ସିକା) ପକ୍ଷରୁ କୁହାଯାଇଛି। କୌଣସି ଅଭିଯୋଗ ଥିଲେ ଦେୟମୁକ୍ତ ନମ୍ବର (୧୮୦୦-୩୪୫-୬୭୬୦)ରେ ତୁରନ୍ତୁ ଯୋଗାଯୋଗ କରନ୍ତୁ ବୋଲି କୁହାଯାଇଛି। ସିକା ପକ୍ଷରୁ ଗ୍ରାହକମାନଙ୍କୁ ସଚେତନ ଓ ସଶକ୍ତ ହେବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସିକା ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ଜଳ ହିଁ ଜୀବନ’। ଆଉ ଏହି ଜଳ କିଣିବାବେଳେ ଟିକିଏ ଅସାବଧାନତା ଆପଣଙ୍କ ଜୀବନ ଉପରେ ବିପଦ ପକାଇପାରେ। ସାବଧାନ ହୋଇ କେବଳ ଆଇଏସ୍‌ଆଇ ମାର୍କ ଥିବା ପାଣି ବୋତଲ କିଣି ପିଅନ୍ତୁ। ଉପଭୋକ୍ତା କୌଣସି ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ।