ଟୀକା ଅଭାବରୁ ବହୁ ଟୀକାକେନ୍ଦ୍ର ବନ୍ଦ

0

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ୧୮-୪୪ ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା ବହୁତ ଟୀକାକରଣ କେନ୍ଦ୍ର ଟୀକା ଅଭାବରୁ ବନ୍ଦ କରି ଦିଆଯାଇଛି । ମେ ୩ ତାରିଖରୁ ଦିଲ୍ଲୀରେ ଏହି ବର୍ଗର ଟୀକାକରଣ ଆରମ୍ଭ ହୋଇଥିଲା । ଅଟଳ ଆଦର୍ଶ ବିଦ୍ୟାଳୟ,ମୋଦି ବାଗରେ କୋଭାକ୍ସିନ ଟୀକ।। ଦିଅ।।ଯାଉଥିବା ବେଳେ ଆଜି ସେଠାରେ ୨ ଜଣ କର୍ମଚାରୀଙ୍କୁ ଛାଡିଦେଳେ ପୂରା ସ୍କୁଲ ପରିସର ଖାଁଖାଁ ଥିଲା । କିଛି ଲୋକ ଟୀକା ପାଇଁ ଆସିଥିଲେ ମଧ୍ୟ ଟୀକା ନଥିବାରୁ ଫେରି ଯାଇଥିଲେ ।
ଏଏନଆଇକୁ ସେଠାରେ ଉପସ୍ଥିତ ଜଣେ କର୍ମଚାରୀ ଇନ୍ଦ୍ର କହିଛନ୍ତି, କେନ୍ଦ୍ରରେ ଟୀକା ଶେଷ ହୋଇଯାଇଛି, ତେଣୁ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଏହି ଘଟଣାକୁ ନେଇ ଆପର ବିଧାୟକ ରାଘବ ଚଢା ମୋଦି ସରକାରର ଟୀକା ପଲିସିକୁ ନିନ୍ଦ।। କରିଛନ୍ତି । କେନ୍ଦ୍ରର ଭୁଲ ନୀତି ପାଇଁ ଦିଲ୍ଲୀରେ ୧୮-୨୪ ବର୍ଷ ବର୍ଗଙ୍କ ଟୀକାଦାନକୁ ବନ୍ଦ କରାଯାଇଥିବା ସେ କହିଛନ୍ତି । ସେ ଆହୁରି ଅଭିଯୋଗ ଆଣିଛନ୍ତି କି, କେନ୍ଦ୍ରରେ ଥିବା ମୋଦି ସରକାର ଟୀକାକରଣର ପ୍ରଥମ ଦିନରୁ ଟୀକାକୁ ନେଇ କୌଣସି ଆଲେଚନା କରି ନାହିଁ । ଏହା ଅତ୍ୟନ୍ତ ଦୁଃଖଦାୟକ କି, ଟୀକା ପଲିସିକୁ ନେଇ କେନ୍ଦ୍ର ସରକାରର କୌଣସି ନିୟମ ନାହିଁ । ତେଣୁ ଦିଲ୍ଲୀରେ ବହୁ ଟୀକା କେନ୍ଦ୍ର ବନ୍ଦ ହୋଇ ଯାଇଛି ।