ଚଢାଉ ସମୟରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ଟଙ୍କା, ସୁନାଗହଣା ସହ ମିଳିଲା ସେକ୍ସ ଟଏ: ତଦନ୍ତ କରୁଛି ଇଡି

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଏବେ ପାର୍ଥଙ୍କ କଳା କାରନାମାର ଗୁମର ଖୋଲୁଛନ୍ତି। ଇଡି ଜାଲରେ ଫଶିଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ସେମାନଙ୍କ ନାମରେ ଶାନ୍ତିନିକେତନରେ ୨୦ ଲକ୍ଷ ଟଙ୍କାର ଏକ ଫାର୍ମହାଉସ୍‌ କିଣିଥିବା ସୂଚନା ରହିଛି। ସେ ଦୁହେଁ ଉକ୍ତ ସମ୍ପତ୍ତିର ମିଳିତ ଭାବେ ମାଲିକ ଅଟନ୍ତି। ଏପରିକି ପାର୍ଥ କିଭଳି ଟଙ୍କା ଓ ସୁନା ଠୁଳ କରୁଥିଲେ ସେ ବାବଦରେ ମଧ୍ୟ କହିଛନ୍ତି ଅର୍ପିତା ।

ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଚଳ କରିଥିବା ଅର୍ପିତାଙ୍କ ୩ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୨ କୋଟି ଟଙ୍କା ଥିବା ସୂଚନା ରହିଛି। ସେହି ବ୍ୟାଙ୍କ୍‌ ଆକାଉଣ୍ଟ୍‌ଗୁଡ଼ିକ ବିଭିନ୍ନ ସେଲ୍‌ସ କମ୍ପାନିର ବୋଲି ସୂଚନା ରହିଛି। ଅପିର୍ତାଙ୍କର ଆଉ କେଉଁଠି ଆକାଉଣ୍ଟ୍‌ ଅଛି କି ନାହିଁ ତାହାର ତଦନ୍ତ ଇଡି ଜାରି ରଖିଛି। କେବଳ ଅର୍ପିତା ନୁହେଁ, ପାର୍ଥ ଚାଟାର୍ଜୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବି ଯାଞ୍ଚ୍‌ ଚାଲିଛି। ଇଡିର ଏକାଧିକ ଚଢ଼ାଉ ପରେ ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୧ କୋଟି ଟଙ୍କା ଜବତ ହୋଇ ସାରିବା ପରେ ତାଙ୍କୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ହେପାଜତରେ ନିଆଯାଇଛି। ଏହାଛଡା ବିଡ଼ା ବିଡ଼ା ଟଙ୍କା ଓ କେଜି କେଜି ସୁନା ପରେ ମିଳିଛି ସେକ୍ସ ଟଏ ।

ଅର୍ପିତା ମୁଖାର୍ଜୀଙ୍କ ଘରୁ ଇଡିର ଚଢାଉ ସମୟରେ ଏସବୁ ସାମଗ୍ରୀ ମିଳିଥିବା ଚର୍ଚ୍ଚା ହେଉଛି । ସେକ୍ସ ଟଏ ମିଳିବା ପରେ ଏବେ ପୂରା ଘଟଣା ଲଭ୍‌-ସେକ୍ସ-ପଲିଟିକ୍ସ ହୋଇଯାଇଛି । ତେବେ ଏହି ସେକ୍ସ ଟଏ କେଉଁଠୁ ଆସିଲା ସେନେଇ ଇଡି ତଦନ୍ତ ଜାରି ରଖିଛି । ଅର୍ପିତାଙ୍କ ଘରୁ ଇଡି ପ୍ରାୟ ୫୦ କୋଟି ଟଙ୍କା ଓ ଅନେକ ସୁନା ଅଳଙ୍କାର ଜବତ କରିଛି । ଅର୍ପିତାଙ୍କୁ ଯେତେବେଳେ ଚେକ୍‌ଅପ୍‌ ପାଇଁ ନିଆଯାଉଥିଲା, ସେହି ସମୟରେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଯେମିତି ତାଙ୍କ ଗାଡ଼ି ହସ୍ପିଟାଲରେ ପହଞ୍ଚିଥିଲା, ସେଠି ସେ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଯାହାଫଳରେ ତାଙ୍କୁ ହ୍ଵିଇଲ୍‌ ଚେୟାରରେ ଆଣିବାକୁ ପଡ଼ିଥିଲା। କୋଲକାତାରେ ତାଙ୍କର ୨ଟି ଆପାର୍ଟମେଣ୍ଟରେ ପାର୍ଥ ହିଁ ଟଙ୍କା ରଖିଥିଲେ ଏବଂ ସେ ଉକ୍ତ ଟଙ୍କାର ପରିମାଣ ସଂପର୍କରେ ଆଦୌ ଜାଣିନଥିଲେ ବୋଲି କହିଛନ୍ତି।