ଦୀର୍ଘ ଦିନ ପୁଣି ଥରେ ସୋସିଆଲ ମିଡିଆରେ ଆକ୍ଟିଭ ହେଲେ କିଙ୍ଗ ଖାନ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଦୀର୍ଘ ଦିନ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ବୁଧବାର ଦିନ ଶାହରୁଖ ପତ୍ନୀ ଗୌରୀ ଖାନଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି।

0

(ମୁମ୍ବାଇ) : ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଦୀର୍ଘ ଦିନ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି। ବୁଧବାର ଦିନ ଶାହରୁଖ ପତ୍ନୀ ଗୌରୀ ଖାନଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଶାହରୁଖ ଖାନଙ୍କ ଫେରିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ସୂଚନାନୁଯାୟୀ , ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ନୂଆ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯଦିଓ ଏହା ଏକ ପ୍ରମୋସନାଲ୍ ପୋଷ୍ଟ, କିନ୍ତୁ ପ୍ରଶଂସକ ଏହାକୁ ପୁଣି ଥରେ ଶାହାରୁଖଙ୍କ ଧମାକାଦାର ରିଟର୍ନ ବୋଲି କହୁଛନ୍ତି। ଭିଡିଓ ଆରମ୍ଭରେ ଶାହରୁଖଙ୍କ ଏଣ୍ଟ୍ରୀ ଏକ ବିଳାସପୂର୍ଣ୍ଣ କାରରୁ ହୋଇଛି। ଯାହା ପରେ ଅଭିନେତା ସୋଫାରେ ବସି ଟିଭି ଦେଖୁଛନ୍ତି। ଏହା ପରେ ଗୌରୀ ନଜର ଆସିଛନ୍ତି। ଦୀର୍ଘ ଦିନର ବ୍ରେକ୍ ପରେ ଶାହରୁଖ ଫେରି ଆସିଛନ୍ତି। ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୯, ୨୦୨୧ ରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହା ପରେ ସେ ଜାନୁୟାରୀ ୧୯, ୨୦୨୨ ରେ ପୋଷ୍ଟ କରିଛନ୍ତି।