ସୁନା ପୁଅ ହୋଇଗଲେ କିଙ୍ଗଖାନଙ୍କ ପୁଅ ଆର୍ଯ୍ୟନ ଖାନ

ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ପୁଅ ଆର୍ଯ୍ୟନ ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ନେଇ ସବୁଆଡେ ଚର୍ଚା ଜାରିରହିଛି । 

0

(ମୁମ୍ବାଇ) : ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ପୁଅ ଆର୍ଯ୍ୟନ ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ନେଇ ସବୁଆଡେ ଚର୍ଚା ଜାରିରହିଛି ।

ସୁହାନା ଏବଂ ଆର୍ଯ୍ୟନ୍ ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ପାଦ ଦେଇ ନାହାଁନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେମାନଙ୍କର ଫ୍ୟାନ୍ ଫଲୋଇଂ କୌଣସି ଷ୍ଟାରଠାରୁ କମ୍ ନୁହେଁ। ସୁହାନା ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏକ ୱେବ୍ ସିରିଜ୍ ସହିତ ଆର୍ଯ୍ୟନ୍ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଏହି ୱେବ୍ ସିରିଜକୁ ଆର୍ଯ୍ୟନ୍ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏବଂ ଏହାର ଟେଷ୍ଟ୍ ସୁଟ୍ ମଧ୍ୟ ଆରମ୍ଭ ହୋଇଛି।

 

ସୂଚନା ଅନୁଯାୟୀ, ଆର୍ଯ୍ୟନ୍ ଏହି ୱେବ୍ ସିରିଜକୁ ଲେଖିବା ସହିତ ନିର୍ଦ୍ଦେଶନା ବି ଦେଉଛନ୍ତି। ସେ ନିଜ ସିରିଜର ସମସ୍ତ ଦାୟିତ୍ୱ ନିଜ ଉପରେ ନେଇ ଶୁକ୍ରବାର-ଶନିବାର ଦିନ ଟେଷ୍ଟ ଶୁଟ୍ ଆରମ୍ଭ କରିଛନ୍ତି। ଆର୍ଯ୍ୟନ୍ ତାଙ୍କ ପ୍ରୋଜେକ୍ଟ ପ୍ରତି ଅତ୍ୟନ୍ତ ଆଗ୍ରହୀ। ଖୁବ୍ ଶୀଘ୍ର ଶୁଟିଂ ତାରିଖ ଫାଇନାଲ୍ ହେବ। ଏହା ପରେ ଶୁଟିଂ ଆରମ୍ଭ ହେବ।