୫୭ ବର୍ଷରେ ପାଦ ଥାପିଲେ ଶାହରୁଖ

ଶାହାରୁଖଙ୍କ ଜନ୍ମ ଦିନ ଅବସରରେ ଟୁଇଟରେ ଟ୍ରେଣ୍ଡ ହେଲା ଫିଲ୍ମ ପଠାନ

0

ମୁମ୍ବାଇ: ମୁମ୍ବାଇ: ଆଜି ହେଉଛି ବଲିଉଡ କିଙ୍ଗ୍ ଖାନଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ଶାହରୁଖ ଖାନ । କିଙ୍ଗ ଖାନ୍ ସବୁବେଳେ ତାଙ୍କ କାମକୁ ନେଇ ବେଶ୍ ତତ୍ପର ରହିଥାନ୍ତି । ନୂଆ ବର୍ଷରେ ଶାହରୁଖ ତାଙ୍କ ଫ୍ୟାନମାନଙ୍କ ପାଇଁ ତିନି ତିନୋଟି ଫିଲ୍ମ ନେଇ ଆସୁଛନ୍ତି । ଏଥି ମଧ୍ୟରେ ରହିଛି ପଠାନ, ଯବାନ, ଏବଂ ଧୁନକୀ । ତେବେ ତାଙ୍କ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଟୁଇଟର ହ୍ୟାଣ୍ଡଲରେ ଶାହରୁଖଙ୍କ ଫିଲ୍ମ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଏହା ସହ ଶାହରୁଖ ଖାନଙ୍କୁ ୟଶରାଜଙ୍କ ଆଗାମୀ ଚଳଚ୍ଚିତ୍ରରେ ଖୁବ୍ କମ ସମୟ ପାଇଁ ଗୁପ୍ତଚର- ଦେଶପ୍ରେମୀ ଭାବରେ ଦେଖିବାକୁ ମିଳିବ । ଏହି ସିନେମାରେ ମୁଖ୍ୟ କଳକାର ଭାବେ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ ଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଅବସରରେ ଦେଶ-ବିଦେଶରୁ ଶାହରୁଖଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।