ଶର୍ମିଷ୍ଠା – ଝୁନାଙ୍କୁ ମୁଁହାମୁହିଁ ଜେରା

0

ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ପୁଣି ୩ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠା ଏବଂ ଝୁନା । କ୍ରାଇମବ୍ରାଚଂ ଏମାନଙ୍କୁ ବିଭିନ୍ନ ଦିଗରୁ କରିବ ପଚରାଉଚରା । ମୁଖ୍ୟତଃ ନିରଞ୍ଜନ ସେଠୀ ଲେଖିଥିବା ଡାଏରୀ ଉପରେ ବେଶି ଫୋକସ ରଖିବ କ୍ରାଇମବ୍ରାଂଚ । ଡାଏରୀରୁ ଯାହା ତଥ୍ୟ ମିଳିଛି, ତାକୁ ନେଇ ଅଭିଯୁକ୍ତଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବା ସହିତ କମ୍ପୁଟରରୁ ମିଳିଥିବା ତଥ୍ୟକୁ ନେଇ ଖୋଳତାଡ କରିବ କ୍ରାଇମବ୍ରାଂଚ ।
ସେପଟେ ଏବେ ପର୍ଯ୍ୟନ୍ତ ହତ୍ୟାକାଣ୍ଡ ପଛର ମୁଖ୍ୟକାରଣ କୁହାଯାଉଥିବା ମେମୋରି ଚିପ୍ କ୍ରାଇମବ୍ରାଚଂ ହାତରେ ଲାଗି ପାରିନାହିଁ । ଏଥିପାଇଁ ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳୁଛି । ଅନ୍ୟପକ୍ଷରେ ନିରଞ୍ଜନଙ୍କ ମୋବାଇଲ ଫୋନ ଯାଚଂ ସହ କଲ୍ ଡିଟେଲ୍ସ ରେକର୍ଡର ଛାନଭିନ୍ କରିବ କ୍ରାଇମବ୍ରାଚଂର ବୈଷୟିକ ଟିମ୍ । ଖାଲି ସେତିକି ନୁହେଁ ସୁନ୍ଦରପଦା ଆପାର୍ଟମେଟଂରୁ ମିଳିିଥିବା ଡାଏରୀ ସେଠାକୁ କେମତି ଆସିଲା, ସେ ବିଷୟରେ ନିରଞ୍ଜନ କିଛି ଜାଣିନଥିବା କହିଛନ୍ତି ।

କିନ୍ତୁ ଏହି ଡାଏରୀରେ ଶର୍ମିଷ୍ଠାଙ୍କ ପାଇଁ ନିରଞ୍ଜନ, ପ୍ରେମ କବିତା ଲେଖିଥିଲେ । ଏହାସହିତ ଯାହା କ୍ରାଇମବ୍ରାଂଚ ଜାଣିବାକୁ ପାଇଛି । ଅନ୍ୟପଟେ ଶର୍ମିଷ୍ଠା ଦୟାଲ ଆଶ୍ରମ ଖୋଲି ସମାଜସେବା ସହିତ ୱେବ ପୋର୍ଟାାଲ ଖୋଲି ସାମ୍ବାତିକତା କରୁଥିଲେ । ଏବଂ ଅଶ୍ଳିଳଓ ଭଜନ ଭିଡିଓ ସୁଟିଂ କରୁଥିଲେ । ତେବେ ଆଜି ପୁଣି ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛିକ୍ରାଇମବ୍ରାଂଚ । ଆହୁରୀ କିଛି ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିପାରେ ।