ରାଜଙ୍କ ବିନା ବେଶ୍‌ ଧୁମଧାମରେ ପୂଜା ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଠୀ

ରାଜ କୁନ୍ଦ୍ରାଙ୍କ ବିନା ବେଶ୍‌ ଧୁମଧାମରେ ଗଣପତି ବପ୍ପାଙ୍କ ପୂଜା ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଠୀ। ପ୍ରତିବର୍ଷ ପରି ଏଥର ବି ଘରକୁ ପ୍ରଭୁ ଗଣେଶଙ୍କୁ ଘରକୁ ଆଣି ବେଶ ଉତ୍ସାହର

0

(ମୁମ୍ବାଇ) : ରାଜ କୁନ୍ଦ୍ରାଙ୍କ ବିନା ବେଶ୍‌ ଧୁମଧାମରେ ଗଣପତି ବପ୍ପାଙ୍କ ପୂଜା ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଠୀ। ପ୍ରତିବର୍ଷ ପରି ଏଥର ବି ଘରକୁ ପ୍ରଭୁ ଗଣେଶଙ୍କୁ ଘରକୁ ଆଣି ବେଶ ଉତ୍ସାହର ସହ ତାଙ୍କ ଆରାଧନା କରିଛନ୍ତି ଶିଳ୍ପା। ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇ ବି ଗଣପତି ବାବାଙ୍କୁ ଭୁଲି ନାହାନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ଶିଳ୍ପା ସେଟ୍ଟି ସବୁ ବର୍ଷ ନିଜ ଘରେ ବେଶ୍‌ ଧୁମ୍‌ଧାମର ସହ ଗଣେଶ ପୂଜା ପାଳିଥାନ୍ତି।

ସୂଚନାନୁଯାୟୀ , ସ୍ୱାମୀ ଜେଲ୍‌ରେ ଥିବା ସତ୍ତ୍ୱେ ଶିଳ୍ପା ପୂଜାରେ କମି କରି ନ ଥିଲେ। ଏପରିକି ନିଜ ଘରେ ବେଶ୍‌ ଧୁମଧାମରେ ଓ ଉତ୍ସାହର ସହ ପୁଅଝିଅଙ୍କ ସହ ବିଘ୍ନ ବିନାଶନଙ୍କ ପୂଜା ପାଳିଛନ୍ତି ଶିଳ୍ପା। ଏହାର ଫଟୋ ବି ସୋଶାଲ ମିଡିଆରେ ଶେଆର କରିଛନ୍ତି, ଯାହାକି ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।