ରାଜ ପର୍ଣ୍ଣ ଫିଲ୍ମ ନୁହେଁ ଏରୋଟିକ୍ ଫିଲ୍ମ ତିଆରି କରୁଥିଲେ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ

ଅଶ୍ଳୀଳ ଭିଡିଓ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଯେଉଁଠି ରାଜ ଓ ଶିଳ୍ପାଙ୍କୁ ମୁହଁମୁହିଁ ବସାଇ ପଚରାଉଚରା କରିଥିଲା।

0

(ମୁମ୍ବାଇ) : ଅଶ୍ଳୀଳ ଭିଡିଓ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ଯେଉଁଠି ରାଜ ଓ ଶିଳ୍ପାଙ୍କୁ ମୁହଁମୁହିଁ ବସାଇ ପଚରାଉଚରା କରିଥିଲା। ଶିଳ୍ପା ସେଟ୍ଟୀ ଏହି ସମୟରେ କ୍ରାଇମବ୍ରାଞ୍ଚର କଡା ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। କ୍ରାଇମବ୍ରାଞ୍ଚ ଟିମ୍ ସାମନାରେ ଶିଳ୍ପା ସେଟ୍ଟୀ କ’ଣ କ’ଣ ଖୁଲାସା କରିଛନ୍ତି, ଏହାର ସୂଚନା ସାମନାକୁ ଆସିଛି।

ମୁମ୍ବାଇ ପୋଲିସ ଷ୍ଟେଟମେଣ୍ଟ ଅନୁସାରେ ଶିଳ୍ପା ସେଟ୍ଟୀ ପୋନୋଗ୍ରାଫି କେସ୍‌ରେ ନିଜର ଭାଗିଦାରୀ ଥିବା ନେଇ ସ୍ପଷ୍ଟ ମନ କରିଦେଇଥିବା ବେଳେ ଶିଳ୍ପାଙ୍କ କହିବା ଅନୁସାରେ, ଏହି ରାକେଟ ସହିତ ସେ କୌଣସି ପ୍ରକାରର ସମ୍ପର୍କ ନାହିଁ। ଶିଳ୍ପା କହିଛନ୍ତି ରାଜ ପର୍ଣ୍ଣ ଫିଲ୍ମ ନୁହେଁ ଏରୋଟିକ୍ ଫିଲ୍ମ ତିଆରି କରୁଥିଲେ। ପର୍ଣ୍ଣ ଓ ଇରୋଟିକ୍ ଭିଡିଓ ଭିନ୍ନ ରହିଥାଏ। ଏହା ସହିତ ଶିଳ୍ପା କହିଛନ୍ତି, ହଟସଟ୍ ମ୍ୟୁଭି ମେକିଂରେ ତାଙ୍କର କିଛି ଭୂମିକା ନାହିଁ। ହଟସଟ୍‌ ମ୍ୟୁଭିରୁ ରେ ସେ କୌଣସି ପ୍ରକାର ଲାଭ ପାଇନାହାନ୍ତି। HotShots ର ସଠିକ୍ କଣ୍ଟେଣ୍ଟ ବିଷୟରେ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ତାଙ୍କର ସେହି ଆପ୍‌ ସହିତ କୌଣସି ସମ୍ପର୍କ ନାହିଁ।

ଅନ୍ୟପଟେ ସ୍ବାମୀଙ୍କୁ ପକ୍ଷ ନେଇ ଶିଳ୍ପା କହିଛନ୍ତି, ଅନ୍ୟ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଓ​‌ ଓ୍ବେବ ସିରିଜରେ ଅଧିକ ପର୍ଣ୍ଣ ରହିଛି। ଶିଳ୍ପାଙ୍କ ଏହି ବୟାନ ପରେ ଏବେ କ୍ରାଇମବ୍ରାଞ୍ଚ ଟିମ୍ ଭେରିଫାଏ କରିବ ଓ ମାମଲାର ଯାଞ୍ଚ କରିବ। ମୁମ୍ବାଇ କ୍ରାଇମବ୍ରାଞ୍ଚର କହିବା ଅନୁସାରେ, ରାଜ କୁନ୍ଦ୍ରା ବର୍ତ୍ତମାନ ପୋଲିସ କଷ୍ଟଡିରେ ଅଛନ୍ତି। ରାଜଙ୍କ ଓକିଲ ତାଙ୍କର ଗିରଫକୁ କୋର୍ଟରେ ବିରୋଧ କରିଥିଲେ।