ପର୍ଣ୍ଣୋଗ୍ରାଫୀ ଭିଡିଓ ମାମଲା : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଶିଳ୍ପା , “ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ମୁଁ ପ୍ରସ୍ତୁତ”

ପର୍ଣ୍ଣୋଗ୍ରାଫୀ ଭିଡିଓ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଜୁଳାଇ ୧୯ ତାରିଖରେ ଗିରଫ କରିଥିଲା। ସ୍ୱାମୀଙ୍କ ଗିରଫଦାରୀ ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।

0

(ମୁମ୍ବାଇ) : ପର୍ଣ୍ଣୋଗ୍ରାଫୀ ଭିଡିଓ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଜୁଳାଇ ୧୯ ତାରିଖରେ ଗିରଫ କରିଥିଲା। ସ୍ୱାମୀଙ୍କ ଗିରଫଦାରୀ ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏଥିପାଇଁ ସୋସିଆଲ ମିଡିଆର ସହାୟତା ମଧ୍ୟ ନେଇଛନ୍ତି। ଏକ ବହିର ଫଟୋ ସେୟାର କରି ସେ ସ୍ପଷ୍ଟ କରିଛନ୍ତି ଯେ ଜୀବନରେ ଆସୁଥିବା ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଅଛନ୍ତି।

ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ ଗୁରୁବାର (ଜୁଲାଇ ୨୨) ରାତିରେ ସେ ତାଙ୍କ ଇନଷ୍ଟା କାହାଣୀ ଉପରେ ଏକ ବହିର ଦୁଇଟି ପୃଷ୍ଠା ସେୟାର କରିଥିଲେ । ଏହାର ଆରମ୍ଭରେ ଆମେରିକୀୟ ଲେଖକ ଜେମ୍ସ ଥର୍ବରଙ୍କ ଏକ ଉଦ୍ଧୃତି ଲେଖା ଯାଇଛି, ‘କ୍ରୋଧରେ ପଛକୁ ବୁଲି ଚାହଁ ନାହିଁ କିମ୍ବା ଭୟକୁ ଅପେକ୍ଷା କର ନାହିଁ, ବରଂ ସଚେତନତାକୁ ଦେଖ।’ ବହିରେ ଆହୁରି ଲେଖାଯାଇଛି, ‘ଆମେ କ୍ରୋଧରେ ପଛକୁ ଚାହିଁଥାଉ ଏବଂ ସେହିମାନଙ୍କୁ ମନେ ପକାଇଥାଉ, ଯେଉଁମାନେ ଆମକୁ ଆଘାତ ପହଞ୍ଚାଇଥାନ୍ତି। ଆମେ ପାଇଥିବା ନିରାଶା ଏବଂ ଦୁର୍ଭାଗ୍ୟକୁ ଆମେ ସହିଛୁ । ଆମେ ଏହି ସମ୍ଭାବନାର ଭୟ ପାଇଁ ପ୍ରସ୍ତୁତ ରହୁଛୁ କି ଆମେ ନିଜ ଚାକିରି ହରାଇ ପାରୁ। କୌଣସି ରୋଗରେ ପଡ଼ିପାରୁ। କିନ୍ତୁ ଆମକୁ ଯେଉଁ ସ୍ଥାନ ହେବା ଆବଶ୍ୟକ ତାହା ଏଠାରେ ଅଛି । ବର୍ତ୍ତମାନ ଯାହା ହେଉଛି କିମ୍ବା କ’ଣ ହୋଇପାରେ, ତାହାକୁ ଉତ୍ସୁକତାର ସହ ଦେଖ ନାହିଁ, ବରଂ ସମ୍ପର୍ଣ୍ଣ ଭାବେ ଅବଗତ କି ଏହା କଣ। ଏଥିରେ ଆହୁରି ଲେଖାଯାଇଛି କି, ‘ମୁଁ ଏକ ଗଭୀର ନିଶ୍ବାସ ନେଉଛି, ଏହା ଜାଣିଞ୍ଚିବା ପାଇଁ ଭାଗ୍ୟଶାଳୀ । ମୁଁ ଅତୀତରେ ଚ୍ୟାଲେଞ୍ଜର ସାମ୍ନା କରିସାରିଛି ଏବଂ ଭବିଷ୍ୟତରେ ଚ୍ୟାଲେଞ୍ଜରୁ ବଞ୍ଚିବି।’