ରୋହିତଙ୍କ ଉପରେ ଖପ୍ପା ହୋଇ କାଚ ବୋତଲ ଭାଙ୍ଗିଲେ ଶିଳ୍ପା

ଅଭିନେତ୍ରୀ ଶିଳ୍ପାଙ୍କ ଗୁହାରୀ ଶୁଣିଲେନି ନିର୍ଦ୍ଦେଶକ ରୋହିତ ସେଟ୍ଟି।

0

(ମୁମ୍ବାଇ) : ଅଭିନେତ୍ରୀ ଶିଳ୍ପାଙ୍କ ଗୁହାରୀ ଶୁଣିଲେନି ନିର୍ଦ୍ଦେଶକ ରୋହିତ ସେଟ୍ଟି। ଶେଷରେ ରାଗି ପାଚି ଲାଲ ହୋଇ ଯାଇଥିବା ଶିଳ୍ପା ରୋହିତଙ୍କ ହାତରେ ଏକ କାଚ ବୋତଲ ଭାଙ୍ଗି ଦେଲେ। ଏତିକିରେ ଶାନ୍ତି ହେଲାନି ତାଙ୍କ ରାଗ । ଆତା ମାଝି ସଟକ ଲେ, ପଙ୍ଗା ନେହିଁ ଲେନେ କା ବୋଲି କହିବାକୁ ବି ପଛାଇଲେ ନାହିଁ। ‘ଇଣ୍ଡିଆଜ ଗଟ୍‌ ଟାଲେଣ୍ଟ’ ସେଟ୍‌ର ଏପରି ଏକ ଭିଡିଓ ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଛାଡ଼ିବା ପରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ , କିଛି ଦିନ ପୂର୍ବେ ଏହି ଶୋ’ର ଗୋଟିଏ ଏପିସୋଡକୁ ବଲିଉଡର ଡାଇରେକ୍ଟର ରୋହିତ ସେଟ୍ଟୀ ଗେଷ୍ଟ ହିସାବରେ ପହଞ୍ଚିଥିଲେ। ରୋହିତଙ୍କ ହାତରେ ବୋତଲ ଭାଙ୍ଗିବା ପରେ ଶିଳ୍ପା ଚିତ୍କାର କରି ମୋତେ ଫିଲ୍ମ ଦିଅ ବୋଲି କହିଲେ। ।