ପାକିସ୍ଥାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

0

ଇସଲାମବାଦ:ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ହୋଇଛି। ଏହି ଗୁଳି ମାଡ଼ରେ ଇମ୍ରାନ ଆହତ ହୋଇଛନ୍ତି। ବର୍ତ୍ତମାନର ପାକିସ୍ତାନ ସରକାରଙ୍କ ବିପକ୍ଷରେ ଇମ୍ରାନ ଖାନ ପାକିସ୍ତାନରେ ଆଜାଦୀ ମାର୍ଚ୍ଚ ବାହାର କରିଛନ୍ତି । ଇମ୍ରାନଙ୍କ ଆଜାଦୀ ମାର୍ଚ୍ଚ ରାଲିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆଉ ସେହି ଭିଡ଼ ଭିତରୁ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ କରାଯାଇଛି ।ଇମ୍ରାନ ଖାନଙ୍କୁ ଗୁଳିମାଡର ଭିଡିଓ ସିସିଟିଭିରେ କଏଦ ହୋଇଛି ।ଭିଡର ଫାଇଦା ଉଠାଇ ଇମ୍ରାନଙ୍କ ଉପରେ ଦୂର୍ବୂତ୍ତ ଜଣଙ୍କ ଗୁଳି କରିଥିଲେ ତାହା ସ୍ପଷ୍ଟ ଜଣା ପଡୁଛି । ଇମ୍ରାନଙ୍କ ଉପରକୁ ୩-୪ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ତାଙ୍କ ଗୋଡ଼ରେ ଗୁଳି ବାଜିଛି।ଏଥିରେ ଇମ୍ରାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଇମ୍ରାନଙ୍କ ସହ ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସମେଲ୍ ମଧ୍ୟ ଆହତ ହୋଇଛନ୍ତି । ଇମ୍ରାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଇମ୍ରାନଙ୍କୁ ନିକଟସ୍ଥ ହସ୍ପିଟାଲରୁ ଲାହୋରକୁ ସ୍ଥାନାନ୍ତରିତ କରାଯାଇଛି। ଗୁଳି ଚଳାଇଥିବା ବ୍ୟକ୍ତିକୁ ରାଲିରେ ଇମ୍ରାନଙ୍କ ସମର୍ଥକ ମାନେ କାବୁ କରିଥିଲେ । ତାସହ ବନ୍ଧୁକ ଟିକୁ ଛଡ଼ାଇ ରଖିଥିଲେ। ଯାହା ଏବେ ସିସିଟିଭି ଫୁଟେଜ ରୁ ସ୍ପଷ୍ଟ ଭାବେ ଜଣାପଡୁଛି। ଇମ୍ରାନଙ୍କୁ ଗୁଳି କରିଥିବା ଯୁବକ ଙ୍କୁ ଗିରଫ କରାଯାଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।