ଅଚାନକ ଜଳିଗଲା ଦୋକାନ , ଲକ୍ଷାଧିକ ଟଙ୍କାର ସମ୍ପତ୍ତିନଷ୍ଟ

ଅଚାନକ ଜଳିଗଲା ପାନ ଦୋକାନ।

0

(ପଦ୍ମପୁର) : ଅଚାନକ ଜଳିଗଲା ପାନ ଦୋକାନ। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମର ଏକ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଭିତରେ ଥିବା ପ୍ରାୟ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ଛୋଟ ପୁଅ ହାତରୁ ହଠାତ୍ ପେଟ୍ରୋଲ୍ ଡବା ପଡି ଫ୍ରିଜର ତଳକୁ ପଶି ଯାଇଥିଲା। ଯାହା ଫଳରେ ବିଦ୍ୟୁତ୍ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଦୋକାନଟି ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଛି। ପ୍ରାୟ ଦେଢ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।