‘ହିରୋ’ କମ୍ପାନୀରେ ଶଟଡାଉନ

0

ନୂଆଦିଲ୍ଲୀ: କୋରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟରେ ସାରା ଦେଶ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦଷ୍ଟିରେ ରଖି ସରକାର ଶଟଡରଉନ ଏବଂ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ବ୍ୟତୀତ ଲେକପ୍ରିୟ ଟୁ ହ୍ୱିଲର କମ୍ପାନୀ ହିରୋ ମଧ୍ୟ ସାରା ଦେଶରେ ଶଟଡାଉନ ଘେଷଣା କରିଛି । କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଗାଡି ନିର୍ମାଣ ଉପରେ ରୋକ ଲଗାଇଛି ହିରୋ ମୋଟୋ କର୍ପ । ଏ ନେଇ ହିରୋ ମୋଟୋ କର୍ପ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗ୍ଲୋବାଲ ପାର୍ଟସ ସେଣ୍ଟର ବା ଜିପିଏସ ସହିତ ଦେଶର ସମସ୍ତ କାରଖାନାରେ କାମଧନ୍ଦା ବନ୍ଦ କରିଛି ହିରୋ କମ୍ପାନୀ । ଆଜିଠାରୁ ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଶଟଡାଉନ ପର୍ଯ୍ୟାୟକ୍ରମେ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି । ତେବେ ଶଟଡାଉନ ଫଳରେ କମ୍ପାନୀରେ ହେଉଥିବା କ୍ଷତିକୁ ଆଗାମୀ ଦିନରେ ଭରଣା କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି ।