ଆସନ୍ତା କାଲିଠାରୁ ଶୁଭାରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ

0

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ଶୁଭାରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ୟ୍ୟଟନ ଟ୍ରେନ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରୁ ଟ୍ରେନର ଶୁଭାରମ୍ଭ କରିବେ । ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍ ଯାତ୍ରା କରିବ । ଏହି ଟ୍ରେନ୍ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଯାତ୍ରା କରିବ । ଦିଲ୍ଲୀର ସଫଦରଗଞ୍ଜ ଷ୍ଟେସନରୁ ଏହାର ଶୁଭାରମ୍ଭ ହେବାକୁ ଥିବା ବେଳେ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ ହୋଇଥିବା କୁହାଯାଇଛି ।