ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ 

0

ଭୁବନେଶ୍ୱର : ଆଜି  ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିଛି  ଭିଡ । କୋଭିଡର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ  ଗୋପାଳ ଜିଉ ମନ୍ଦିର । ସଠିକ୍ ସମୟରେ ଦେବନିତୀ ସଂପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୈ।ଳିକ ସୁବିଧା ସୁଯୋଗ ଭକ୍ତ ମାନଙ୍କୁ ଯୋଗାଇ ଦେବାପ।ଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳଜିଉ ମନ୍ଦିର ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ କରିବେ ଭକ୍ତ ।  ବର୍ଷକରେ ଥରେ ଭକ୍ତ ମାନଙ୍କୁ ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି  ଏହି ଅଁଳା ନବମୀ ଦିନ । ଭକ୍ତ ମାନେ ଆଜି ଅଁଳା ଗଛକୁ ପୂଜାଚ୍ଚନା କରିବା ସହିତ ରାଧା ଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି ।ମାତ୍ର କୋଭିଡ କଟକଣା ପାଇଁ  ଦୁଇ ବର୍ଷ ଧରି  ଭକ୍ତ ଙ୍କୁ ଦର୍ଶନ ଉପରେ କଟକଣା  ଜାରି  କରାଯାଇ ଥିଲା ।

ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ  ଭକ୍ତ ଦର୍ଶନର ସୁଯୋଗ ପାଇବେ ।ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଵତତ୍ରଂ ଦେଵ ନିତୀ ନିର୍ଦାରଣ କରାଯାଇଛି ।  ଭୋର ୫ଟାରୁ ମଙ୍ଗଳା ଆରତୀ ସରିଥିବା ବେଳେ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ ନୀତି ହେବ । ଏହା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସାହାଣ ମେଳା ହେବ । ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା ହୋଇଥିବାବେଳେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।ପବିତ୍ର ଅଁଳା ନବମୀ ପାଇଁ ଚଳ ଚଚଂଳ ସତ୍ୟବାଦୀର ଗୋପାଳଜିଉ ମନ୍ଦିର । ଏହି ଦିନ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ କଲେ ମହା ପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ଵାସ ରହିଛି ।