ଓଡିଶା ପର୍ଯ୍ୟଟନ

ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଗୋପ/ ଜୟନ୍ତ କୁମାର ସେଠୀ- ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଜାନୁଆରୀ ୨୧ରୁ ହଟିବ କଟକଣା । ବିନା କୋଭିଡ ନେଗେଟିଭ୍ ରିପୋର୍ଟରେ ଦର୍ଶନ କରିପାରିବେ ଶ୍ରର୍ଦ୍ଧାଳୁ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି। ୬୫୦୦୦ ଭକ୍ତ ପରୀକ୍ଷାମୂଳକ ବ୍ୟବସ୍ଥା ସମୟରେ ଦର୍ଶନ କରିଛନ୍ତି। ୨୫୦୦୦ ଭକ୍ତ ୩ ତାରିଖ ପରଠାରୁ ସାଧାରଣ ବ୍ୟବସ୍ଥା ରେ ଦର୍ଶନ କରିଛନ୍ତି। ୬୫ ବର୍ଷରୁ ଅଧିକ ବୟସର ଭକ୍ତଙ୍କ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅଧିକ ରୁ ଅଧିକ ଭକ୍ତଙ୍କ ଗହଳିକୁ ଏଡ଼ାଇବା ପାଇଁ ଦରକାର ପଡ଼ିଲେ ବ୍ୟାରିକେଡର ବ୍ୟବସ୍ଥା କରାଯିବ । ସପ୍ତାହରେ ଥରେ ଗୋଟିଏ ଦିନ ପାଇଁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ୩୦୦୦୦ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି । ଅଧିକ ମାତ୍ରାରେ ଭକ୍ତ ଆସିଲେ ସ୍ବତନ୍ତ ବ୍ୟବସ୍ଥା ଗ୍ରହଣ କରିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ।

 

Related posts

ପୋଖରୀରେ ବୁଡି କାଉଡିଆ ମୃତ

Report

ମହାନଦୀ ପୋଲରୁ ବସ୍ ଖଶିବା ଘଟଣା । ଆଉଜଣଙ୍କର ମୃତ୍ୟୁ ।

Report

ଭିନ୍ନ ପ୍ରୟାସରେ ଗଣତନ୍ତ୍ର ଦିବସ ପାଳିଲେ ବାଲୁଗାଁ ରେଳ ସୁରକ୍ଷା ବଳ

Report

Leave a Comment