Reporters Today
ଆମୋଦପ୍ରମୋଦ

ଶିବଲିଙ୍ଗର ନଦୀ

(ଶୁଭସ୍ମିତା ଦାଶ / ରିିପୋର୍ଟସ ଟୁଡ଼େ ) : ଆଜି ପବିତ୍ର ଜାଗର ବା ମହାଶିବରାତ୍ରୀ । ବିଭିନ୍ନ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଛି । ଭକ୍ତ ମାନେ ଉପବାସ ରହି ଶିବଙ୍କୁ ପୂଜାଅର୍ଚ୍ଚନା କରିବାରେ ନିମଗ୍ନ । ଭକ୍ତ ମାନେ ଅପେକ୍ଷା କରିଛନ୍ତି ମହାଦୀପକୁ । ମହାଦୀପ ଉଠିବା ପରେ ନିଜର ଉପବାସ ବତ୍ର ଭଙ୍ଗ କରିବେ ଭକ୍ତ । କଥାରେ ଅଛି ଏହି ଦିନ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇଲେ ମନବାଞ୍ଚା ପୂରଣ ହୋଇଥାଏ । ସାଧାରଣରେ ମନ୍ଦିରରେ ଶିବଲିଙ୍ଗର ଦର୍ଶନ ମିଳିଥାଏ। ହେଲେ ନଦୀରେ ଶିବଲିଙ୍ଗ ଥିବାରୁ ଏହା ପର୍ୟ୍ୟଟନସ୍ଥଳିର ମାନ୍ୟତା ପାଇଛି। କର୍ନାଟକର ଉତ୍ତର କନ୍ନଡା ଜିଲାରେ ଥିବା ଶାମଲା ନଦୀରେ ଦେଖିବାକୁ ମିଳେ ଏହିପରି ହଜାର ହଜାର ଶିବଲିଙ୍ଗ। ଏହା ସହସ୍ରାଲିଙ୍ଗ ଭାବରେ ବେଶ୍‌ ପରିଚିତ। ନଦୀରେ ଥିବା ପଥର ଉପରେ ତିଆରି ହୋଇଥିବା ଏହି ଶିବଲିଙ୍ଗ ନଦୀର ଜଳସ୍ତର କମିବାପରେ ଦେଖାଯାଆନ୍ତି। ସିରସିର ରାଜା ସଦାଐଶ୍ୱର୍ୟ୍ୟ(୧୬୭୮-୧୭୧୮) ଏହାକୁ ନିର୍ମାଣ କରିଥିବା ଇତିହାସ କୁହେ। ଏମିତି କିଛି ଶିବଲିଙ୍ଗ କାମ୍ବୋଡିଆରେ ମଧ୍ୟ ଦେଖିବାକୁ ମିଳେ। ସହସ୍ରାଲିଙ୍ଗରେ ଶିବଲିଙ୍ଗ ସହ ଅନ୍ୟ କଳାକୃତି ନିର୍ମାଣ କରାଯାଇଥିବା ବେଳେ କାମ୍ବୋଡିଆରେ ଶିବଲିଙ୍ଗ ସହ ବନ୍ୟପ୍ରାଣୀଙ୍କ କଳାକୃତି ନିର୍ମାଣ କରାଯାଇଛି। ଏଠାରେ ଥିବା ଝରଣା ଏହାର ସୌନ୍ଦର୍ୟ୍ୟ ବୃଦ୍ଧି କରୁଥିବା ବେଳେ ଏହା ଶିବଭକ୍ତଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ।

Related posts

ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିବାକୁ ଯାଉଛନ୍ତି ପ୍ରଭାସ

Report

ସଂକ୍ଷେପରେ ଗିରିଶଙ୍କ ଜୀବନଯାତ୍ରା

Report

୫୦୦ କୋଟି କ୍ଳବରେ ସୁପରଷ୍ଟାର ଫିଲ୍ମ୨.୦

Report

Leave a Comment