ବଲିଉଡରେ ହଙ୍ଗାମା ମଚାଇବ “ଅଦଲ ବଦଲ”

ପୁଣି ବଲିଉଡରେ ନଜର ଆସିବେ ସିର୍ଦ୍ଧାଥ-କିୟାର

0

ମୁମ୍ବାଇ: ପୁଣି ଥରେ ରଙ୍ଗୀନ ପରଦାରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ କପ୍ଲ ସିର୍ଦ୍ଧାଥ ଏବଂ କିୟାରା । ଏହି କିଛି ଦିନ ହେବ ସିର୍ଦ୍ଧାତ ଏବଂ କିୟାରା ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଖବର ଖୁବ୍ ଚର୍ଚ୍ଚାରେ ରହିଛି । କିନ୍ତୁ ଉଭୟ ଏ ନେଇ କୌଣସି ଅଫିସିଆଲ ଆନାଉନ୍ସସମେଣ୍ଟ କରିନଥିବା ବେଳେ ଉଭୟଙ୍କ ସର୍ମ୍ପକରେ ସସ୍ପେନ୍ସ ବଢୁଛି । ଫ୍ୟାନମାନଙ୍କୁ ସେମାନଙ୍କ ଫିଲ୍ମ ଦେଖିବା ନେଇ ସେତିକି ଉକ୍ରଣ୍ଠା ଭି ବଢୁଛି । ।ତେବେ ଅଗଷ୍ଟ ମାସରେ ଶେର୍ସାହା ଫିଲ୍ମ ମୁକ୍ତିଲାଭ କରିବାର ଏକ ବର୍ଷ ପାଳନ କରାଯାଉଥିବା ସମୟରେ ଖବର ଆସିଥିଲା ଯେ, ପୁଣି ଥରେ ସିର୍ଦ୍ଧାଥ ଏବଂ କିୟାରା ଏକ ଫିଲ୍ମ “ଅଦଲ ବଦଲ” ମାଧ୍ୟମରେ ପରଦାରେ ନଜର ଆସିବେ ।

ଉଭୟ ସିଦ୍ଧାର୍ଥ ଏବଂ କିୟାରା “ଅଦଲ ବଦଲ” ର ସ୍କ୍ରିଟ ମଧ୍ୟ ଶୁଣି ସାରିଛନ୍ତି ।ଏବଂ ଏହି ପ୍ରେଜେକ୍ଟରେ କାମ କରିବା ପାଇଁ ଆଗ୍ରହୀ ଥିବାର ସୂଚନା ରହିଛି । ତେବେ ଫିଲ୍ମରେ ମୁଖ୍ୟ ଚରିତ୍ର ମଧ୍ୟରେ ଆତ୍ମା ଆଦାନପ୍ରଦାନ କରୁଥିବା ଦେଖିବାକୁ ମିଳିବ । ସିଦ୍ଧାର୍ଥଙ୍କୁ ଏହି ଚଳଚ୍ଚିତ୍ରରେ ପୂର୍ବରୁ ଦେଖାଯାଇ ନଥିବା ଅବତାରରେ ଦେଖିବାକୁ ମିଳିବ । ଯାହାର ଅନେକ ବିଶେଷ ପ୍ରଭାବ ମଧ୍ୟ ରହିବ ।ଖବରଅନୁଯାୟୀ, ବର୍ତ୍ତମାନ ସିର୍ଦ୍ଧାତ ରୋହିତ ସେଠୀଙ୍କ ସିରିଜ ଇଣ୍ଡିଆନ ପୋଲିସ ଫୋସରେ କାମ କରୁଥିବାର ସୂଚନା ରହିଛି ।

ତେବେ ଦର୍ଶକ କିୟାର ଏବଂ ସିର୍ଦ୍ଧାତଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରିରହଥିବା ବେଳେ ଫିଲ୍ମ “ଅଦଲ ବଦଲ”ର ସ୍କ୍ରିଟ ଉପରେ କୌଣସି ପ୍ରଜୋଯକ ଇନ୍ଭେଷ୍ଟମେଣ୍ଟ କରିବାକୁ ଚାହୁଁ ନଥିବା ସୂଚନା ରହିଛି । ଯାହା ଦ୍ୱାରା ଫିଲ୍ମଟିର ସୁଟିଙ୍ଗ ଆରମ୍ଭ ହୋଇ ପାରୁନି । ଏପଟେ ସିର୍ଦ୍ଧାଥ ଏବଂ କିୟାରା ଆଡଭାନିଙ୍କ ପ୍ରଶଂସକମାନେ ଅତି ଉକ୍ରଣ୍ଠାର ସହ ସିନେମାର ଅପେକ୍ଷା କରିରହିଛନ୍ତି ।ତେବେ ଦେଖିବା ବାକି ରହିଲା ଯେ କେବେ କିୟାରା-ସିର୍ଦ୍ଧାଥଙ୍କ ଫିଲ୍ମ ପରାଦାକୁ ଆସୁଛି ।