ଭାରତକୁ ରୋପ୍ୟ ପଦକ ଉପହାର ଦେଲେ ଚାନୁ

0

ଜାପାନ(ରିପୋର୍ଟର୍ସ ଟୁଡେ): ଟୋକିଓ ଅଲିମ୍ପିକରେ ରୋପ୍ୟ ପଦକ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଭାରୋତ୍ତଳନରେ ଦେଶ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ମୀରା ବାଈ ଚାନୁ । ଏହି ପଦକ ହାସଲ କରି ସେ ଭାରତର ଅନ୍ୟ ଖେଳାଳୀମାନଙ୍କର ମନୋବଳ ବଢାଇବା ସହ ସେମାନଙ୍କ ଅତ୍ମବିଶ୍ୱାସ ବଢାଇଛନ୍ତି । ଏଥିସହ ଚଳିତ ଅଲିମ୍ପିକରେ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି, ଦ୍ୱିତୀୟ ପ୍ରୟାସରେ ମୀରା ଚାନୁ ୧୧୫ କିଲୋ ଉଠାଇବାରେ ସଫଳ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତୃତୀୟ ଚେଷ୍ଟାରେ ବିଫଳ ହୋଇଥିଲେ ଚାନୁ । ତେଣୁ ସ୍ୱର୍ଣ୍ଣ ପଦକ ହାସଲ କରିବାରୁ ସେ ବଞ୍ଚିତ ହୋଇଥିଲେ । ଏଥିସହ ରୋପ୍ୟ ପଦକରେ ହିଁ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି । ସେପଟେ ଆଉ ଏକ ପଦକ ଦାବିଦାର ଦୌଡରେ ଅଛନ୍ତି ସୌରଭ ଚୌଧୁରୀ । ୧୦ ମିଟରେ ଏୟାର ରାଇଫଲରେ ସେ ନିଜର ଚମତ୍କାର ପ୍ରଦର୍ଶନ ଦେଇଛନ୍ତି ।