ଖୋଲିଲା ଶିମିଳିପାଳ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଶୀତ ଋତୁ ଆରମ୍ଭ ହେଲା । ଏବେ ପିକନିକ ସିଜିନ । ଏହାକୁ ଦୃଷ୍ଟିରେ ରଖି ଜୁନ ୧୫ ତାରିଖରୁ ବର୍ଷା ପାଇଁ ବନ୍ଦ ଥିବା ଶିମିଳିପାଳକୁ ଆଜିଠାରୁ ଖୋଲା ଯାଇଛି । ପ୍ରଥମ ଦିନରେ ବାରିପଦା, ଲୁଲୁଙ୍ଗ ଦେଇ ୧୫ଟି ଗାଡି ଶିମିଳିପାଳ ମଧ୍ୟକୁ ଯାଇଛି । ଏହି ଦୁଇ ପଥ ବ୍ୟତୀତ ଯଶିପୁର, କାଳିଆପାଣି ଗେଟ ଦେଇ ମଧ୍ୟ ଶିମିଳିପାଳକୁ ଯାଇହେବ । ପ୍ରଥମ ଦିନରେ ୧୦୧ ଜଣ ପର୍ଯ୍ୟଟକ ଯାଇଥିବା ସୂଚନା ରହିଛି । ଏହା ଚଳିତ ସିଜିନର ପ୍ରଥମ ଦିନ । ତେଣୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ପକ୍ଷରୁ ପର୍ଯର୍୍ୟଟକଙ୍କୁ ଫୁଲ ଦେଇ ସ୍ୱାଗତ କରାଯାଇଥିବା ସୂଚନା ମିଳିଛି ।
ଏିମିଳିପାଳ ମଧ୍ୟକୁ ମଦ୍ୟ ସାମଗ୍ରୀ, ପ୍ଲାଷ୍ଟିକ, ଅଗ୍ନି ବାହକ ସାମଗ୍ରୀ ନେବା ଉପରେ ରୋକ ଲଗାଯାଇଛି । ଅଭୟାରଣ୍ୟ ସକାଳ ୮ଟାରୁ ଖେଲିବ । ତେଣୁ ୮ଟା ସୁଦ୍ଧା ପର୍ଯ୍ୟଟକ ଗେଟରେ ଅନୁମତି ପତ୍ର ପାଇପାରିବେ । ଏହା ବ୍ୟତୀତ ପର୍ଯ୍ୟଟକଙ୍କ ପାଇଁ ଜଣେ ଲେଖା ଗାଇଡ ମଧ୍ୟ ଏବେ ବାଧ୍ୟତାମୂଳକ କରାଯାଇଛି ।