ପରଲୋକରେ ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀ

ଦେଶରେ ଗୋଟିଏ ପଟେ କରୋନାର ଲହର ଚାଲିଥିବା ବେଳେ ବଲିଉଡ ଜଗତରୁ ଆସିଛି ଏକ ଦୁଖଦଃ ଖବର ।

0

(ମୁମ୍ବାଇ) : ଦେଶରେ ଗୋଟିଏ ପଟେ କରୋନାର ଲହର ଚାଲିଥିବା ବେଳେ ବଲିଉଡ ଜଗତରୁ ଆସିଛି ଏକ ଦୁଖଦଃ ଖବର । ବଲିଉଡର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି। ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶଂସକ ଏବଂ ଅନେକ ଷ୍ଟାର ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଅପର୍ଣ କରିଛନ୍ତି ।

ସୂଚନାନୁଯାୟୀ , ସୋନାଲି ମୁଖାର୍ଜୀ ଗୀତ ଗାଇ ନିଜ ପିଲାମାନଙ୍କୁ ପ୍ରତିପୋଷଣ କରିଥିଲେ। ଶାନଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ଶାନଙ୍କ ମା’ଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିର ଶୋକର ଲହରୀ ଖେଳିଯାଇଛି।